jsm

ମାଲପଡା ନାଗରିକ କମିଟିର ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମାଲପଡାର ବିଭିନ୍ନ ସମସ୍ୟା ଘନ ଘନ ବିଦ୍ୟୁତ କାଟ, ସନ୍ଧ୍ୟାରେ ଅତ୍ୟାଧିକ ମଶାର ଉପଦ୍ରବ ନିରାକରଣ ପାଇଁ ସଭ୍ୟମାନେ ମତ ପ୍ରକାଶ କରିଥିଲେ ଏବଂ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଦସ୍ୟ ଆକୁଳ ବେହେରା, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା, ପ୍ରଦୀପ ନେପାକ, ଗଣେଶରାମ ବେହେରା, ଅମୀୟ ମିଶ୍ର, ସନ୍ତୋଷ ସାହୁ, ସୁବାଷ ପାତ୍ର, ସୁରେଶ ଅଗ୍ରୱାଲ, କାଉନସିଲର ମହେନ୍ଦ୍ର ବାଗ, ବିମଲ ଚକ୍ରବର୍ତ୍ତି ଭାଗ ନେଇଥିଲେ । ଶେଷରେ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.