- ଶିଶୁ ମନର ବିକାଶ ପାଇଁ ଖଦ୍ୟୋତର ପ୍ରୟାସ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ତରଫରୁ ଶିଶୁମାନଙ୍କର ମନର ବିକାଶ ପାଇଁ ଏକ ଗୀତ, ଡ୍ରଇଂ, ଡ୍ୟାନ୍ସ କାର୍ଯ୍ୟକ୍ରମ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଉପସଭାପତି ଡ. ରବିଚନ୍ଦ୍ର ପଶାୟତ ନିକଟରେ ମାୟାବର୍ହା ଉଚ୍ଚ ବିଦ୍ୟାଳରୁ ଅବସର ନେଇଥିବାରୁ ଉପଡୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଆକୁଳ ବେହେରା ଗତ ବୈଠକର ବିବରଣୀ ପାଠ କଲା ପରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଂଚାନନ ସେଠ ଶିଶୁମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଡ୍ରଇଂରେ ନେ÷ତିକ ନୟନ ଦାଶ, ୟଶରାଜ ବିନ, ଦିୟାଂଶି ମହାନ୍ତି, ସ୍ୱୀକୃତି ମିଶ୍ର, ସମର୍ପିତା ବାରିକ, ଅନିମେଶ ମହାନ୍ତି, ଦେବାସ୍ମିତା ନାଏକ, ସାଇକୃଷ୍ଣ ମହାନ୍ତି, ସ୍ପନ୍ଦିତା ରଥ ଓ ରଂଗୋଲିରେ ମଧୁସ୍ମିତା କର୍ଣ୍ଣ, ଅଧ୍ୟାପିକା ନିମ୍ରତା ପାଣିଗ୍ରାହୀ, ସବିତା ବାରିକ, ଗୀତାଞ୍ଜଳି ବିରତିଆ, ପଦ୍ମିନୀ ନାଏକ ପ୍ରମୁଖଙ୍କୁ ପଦକ ଓ ମାନଚିତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।