ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢୀପଦର ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ନୂତନ ପେକ୍ସର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବୁଢୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ଡିଆରସିଏସ ପ୍ରମୋଦ ବରିହା, ସମ୍ପାଦକ ଘନଶ୍ୟାମ ପୁଟା, ସୁଧାଂଶୁ ଶେଖର ସାହୁ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ସମାଜସେବୀ ଯୁଧିଷ୍ଠିର ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ସମବାୟ ସମିତି ସ୍ଥାପନ ଯୋଗୁଁ ଅଞ୍ଚଳର ଚାଷୀଙ୍କୁ ସୁବିଧାରେ ବିହନ, ଋଣ ତଥା କୃଷି ସମ୍ବନ୍ଧୀୟ ସହାୟତା ମିଳି ପାରିବ ବୋଲି ସରପଞ୍ଚ ଶ୍ରୀମତୀ ପଧାନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକାଶ ପଧାନ, କିଶୋର ଦର୍ଜୀ, ପ୍ରସନ୍ନ ନେଗୀ, ସଂକୀର୍ତ୍ତନ ଧରୁଆ, ଆନନ୍ଦ ମିଶ୍ର, ସୁଶାନ୍ତ ସାହୁ, ଯୋଗେନ୍ଦ୍ର ବିଶି, ସଦାନନ୍ଦ ବୁଦ୍ଧିଆ, ଅକୁର ସାହୁ, ପ୍ରମୋଦ ଚାନ୍ଦ, ଆନନ୍ଦ ମହାପାତ୍ର, ରାଜେଶ୍ୱର କୁଁୱର, ହେମରାଜ ମହାକୁର, ପ୍ରହଲ୍ଲାଦ ପଧାନଙ୍କ ସମେତ ପଞ୍ଚାୟତର ବହୁ ସଂଖ୍ୟକ ଗ୍ରାମବାସୀ ଓ ଚାଷୀ ଯୋଗ ଦେଇଥିଲେ ।