csstore

ଦନ୍ଦ୍ରା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତର ଆଜ଼ାଦ ଉଚ୍ଚ ବିଦ୍ୟାଳୟ ଦନ୍ଦ୍ରାଠାରେ ଦୀର୍ଘ ୧୯୯୭ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୮ ବର୍ଷ ଧରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ କଳିରାମ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟ ଅତିଥି ଭାବେ ତେଜୁରାମ ବାଗ, ନବୀନ ଦୀପ, ଧନୁର୍ଯ୍ୟ ଦୀପ ଓ ରମେଶ ଚନ୍ଦ୍ର ବୁଡ଼େକ ବିଜ୍ଞାନ ଶିକ୍ଷକଙ୍କ ନେତୃତ୍ୱରେ ସଭା ପରିଚାଳନା କରାଗଲା । କଳିରାମ ସାହୁଙ୍କ ନିଷ୍ଠାପର ସଚ୍ଚୋଟ ପଣିଆ ଅମାୟୀକ ବ୍ୟବହାର ନମ୍ରତା ତଥା ଆଜ୍ଞାକାରିତା ଏବଂ ଦାୟିତ୍ୱ ସମ୍ପୂର୍ଣ୍ଣ ଗୁଣ ଅନ୍ୟ ଲାଗି ଉଦାହରଣ ତଥା ପ୍ରିୟପାତ୍ର ହୋଇଛନ୍ତି । ତାଙ୍କ ଅବସର ପରବତ୍‌ର୍ତ୍ତୀ ଜୀବନ କାଳ ସୁଖ ଶାନ୍ତି ମୈତ୍ରୀ ଏବଂ ନିରାମୟ ଜୀବନ ଓ ଚଲାପଥ କୁସୁମିତ ଲାଗି ପ୍ରାଥନା କରାଗଲା । ଶେଷରେ ରମେଶ ଚନ୍ଦ୍ର ରାଉତ ସଭା ସାଙ୍ଗ କଲେ । ଏହି କାର୍ଯ୍ୟକ୍ରମରେ ଦନ୍ଦ୍ରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସାଗର ସାହୁ, ବୀରେନ୍ଦ୍ର ପୁଟେଲ, ବାଲି ପୁଟେଲ, ବିଶି ପୁଟେଲ, ପ୍ରହଲ୍ଲାଦ ମହାପାତ୍ର, ବଡ, ରାଜନ ଏବଂ ଛାତ୍ରଛାତ୍ରୀ କରନ,, ଲିପି, ପ୍ରୀତି, ଅଙ୍କିତା, ଦ୍ରୋଣ କରଣ ଦୀପକ ଓ ନନ୍ଦିତାଙ୍କ ସହ ସମସ୍ତେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.