ମୁରିବାହାଲ ଡିଭାଇନ୍ କିଡସ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ହୁଲହୁଲି ୨.୦

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ହୁଲହୁଲି ୨.୦ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛିଫ ଏହି ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଗିରିଧାରୀ ବନଛୋରଙ୍କ ସଭାପତିତ୍ୱରେ ତଥା ଅଧ୍ୟକ୍ଷ ଅଶୋକ ମହାନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ବ୍ଲକ ଏବିିଇଓ କୋଦଣ୍ଡଧର ଭୋଇ ମୁଖ୍ୟ ଅତିଥି, ମୁରିବାହାଲ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟବକ୍ତା, ପରିଚାଳନା କମିଟି ସଭାପତି ରାଜୀବ କୁମାର ମହାନ୍ତି, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଡ଼ିଗ୍ରୀ କଲେଜର ଓଡିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଶିକ୍ଷା ବିଭାଗ ଅଧ୍ୟାପକ ଭ୍ରୀଙ୍ଗରାଜ ରଣା, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ସମାଜସେବୀ ବନବିହାରୀ ଯୋଶୀ, ପ୍ରତିଷ୍ଠାତା ଅଧ୍ୟକ୍ଷ ନରେନ୍ଦ୍ର କରନ, ଗାଁରେଇ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତରୁଣ ପୋଢ଼, ପୂର୍ବ ସରପଞ୍ଚ ଯୁଧିଷ୍ଠିର ବଘାର, ରେଲୱେ ଷ୍ଟେସନ ମାଷ୍ଟର ତରଣୀସେନ ମେହେର ଓ ସିଆର୍‌ସିସି ହୃଷୀକେଶ ଶିକା ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ପୂର୍ବ ଅଧ୍ୟକ୍ଷ କରନ ପବ୍ଲିକ ସ୍କୁଲର ବାର୍ଷିକ ବିବରଣୀ ପଠନ କରିଥିଲେଫ ଚଳିତ ବର୍ଷ ନବୋଦୟ ପରୀକ୍ଷାର କୃତୀ ଛାତ୍ର ରିତ୍ୱିକ ଶିକା,ଏକଲବ୍ୟ ପରୀକ୍ଷାର କୃତୀ ଛାତ୍ର ସ୍ୱରାଜ ସୁମିତ ଶର୍ମା, ଓଏଭି ପରୀକ୍ଷାର କୃତୀ ଛାତ୍ର ଓଁକାର ମହାକୁର, ଭୂଜରାମ ନାଏକ, ପ୍ରିୟରଞ୍ଜନ କେତକୀ, ଅଞ୍ଜଳି ବାଗ, ଶ୍ରୀୟାଂଶି ନାଏକ, ପ୍ରତ୍ୟୁଷ ରଞ୍ଜନ ରଣା ଓ ଅଗ୍ନେଶ ବସ୍ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ, ଶ୍ରେଷ୍ଠ ଅଭିଭାବକ ରୁପେ ମାୟାବତୀ ବାଗ ଓ ଦୟାସାଗର ବାଗ, ଶ୍ରେଷ୍ଠ ଟ୍ରଷ୍ଟି ରୂପେ ଧର୍ମଦେବ ଗହୀର, ବେଷ୍ଟ ମ୍ୟାନେଜମେଣ୍ଟ ପୁରସ୍କାର ଭାବେ ସଭାପତି ରାଜୀବ କୁମାର ମହାନ୍ତି ଓ ଉକ୍ତୃଷ୍ଟ ପ୍ରତିଷ୍ଠାତା ପୁରସ୍କାର ରୂପେ ନରେନ୍ଦ୍ର କରନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ସ୍ମିତାରାଣୀ ପରିଡ଼ା, ଲିପିକା ଭୋଇ, ତୋଷାରାଣୀ କମ୍ପ, ଯାଜ୍ଞସେନୀ କମ୍ପ, ଜାହ୍ନବୀ ଭୋଇ, ସୀମା ବାଗ, କୌଶଲ୍ୟା ସୁନା, ନୀମା ବାଗ, ବବି ଛୁରା, ଭାଗ୍ୟଶ୍ରୀ ସେଠୀ, ନମିତା ଗହୀରଙ୍କ ସହ ସ୍କୁଲ କର୍ମଚାରୀ, ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିବା ବେଳେ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷୟିତ୍ରୀ ନିକିତା କମ୍ପ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମେହେର ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.