ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ଆଦର୍ଶପଡା ସ୍ଥିତ ନାଦନିକୁଞ୍ଜ ଶିକ୍ଷା ଅନୁଷ୍ଠାନ ପରିସରରେ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ହୋଇଥିବାବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଭରିତ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଆୟୁଷ୍ମାନ ମିଶ୍ର (ବିଶ୍ଵାତ୍ମା ବିଦ୍ୟା ମନ୍ଦିର, ବଲାଙ୍ଗିର) ପ୍ରଥମ, ଅନ୍ଵେଷା ବାଗ (ଲିଟଲ ଫ୍ଲାୱାର ସ୍କୁଲ, ବଲାଙ୍ଗିର) ଦ୍ୱିତୀୟ ଏବଂ ଦିପ୍ତିମୟୀ ଯାଦବ(ଲିଟଲ ଫ୍ଲାୱାର ସ୍କୁଲ, ବଲାଙ୍ଗିର) ଓ ଜୟନନ୍ଦିନୀ ପୂଜାରୀ (ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ବଲାଙ୍ଗିର) ଯୁଗ୍ମ ଭାବେ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ବିଜେତାମାନଙ୍କୁ ଆସନ୍ତା ୦୧ ଏପ୍ରିଲରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଶସ୍ତିପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ବିଚାରକ ଭାବେ ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରାଣ ପ୍ରକାଶ ଦାଶ ଓ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ । ପ୍ରବଞ୍ଜନ ରାୟଗୁରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତ୍ତମ ମୁନା, କେଶବ ବାଗ ଓ ତପନ କୁମାର ପଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।