ବନମାଲ ପ୍ରିମିୟର ଲିଗରେ ଚମ୍ପିୟାନ ହେଲେ ଜେଏସଏସବି-୧୧

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ବନମାଲ ଠାରେ ବିପିଏଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ପାଇଁ ମା’ ବନମଲେନ ମନ୍ଦିର ରୁ ଏକ ମଶାଲ ଯାତ୍ରା କରିବା ସହ ଗ୍ରାମ ପରିଭ୍ରମଣ କରାଯାଇଥିଲା । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୁବ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ସାହୁ, ଚକ୍ର ବିଶ୍ୱାଳ, ଗିରିଧାରୀ ସା, ସରୋଜ କୁମାର ବିଶ୍ୱାଳ, ନରେନ୍ଦ୍ର ପଧାନ, କ୍ଷମାନିଧି ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । ପରିଚାଳନା କମିଟି ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଫିତାକାଟି ଖେଳକୁ ଶୁଭାରମ୍ଭ କରିଥିଲେ । ଏହି ମ୍ୟାଚରେ ନାମିଦାମୀ ଛଅ ଗୋଟି ଯୋଗଦାନ କରିଥିଲେ । ସେମାନେ ହେଲେ ସାହୁ ବ୍ରଦର, ଜେବିଟି ଏଲିଭେନ, ଶ୍ଳୋକ ଟାଇଟନ, ଜେ ଏସ ଏସ ବି ଏଲିଭେନ, ଅନ୍ୟା ଏକ୍ସଆଇ, ଏସ କେ ହିଟର । ସମସ୍ତ ମ୍ୟାଚ ଗୁଡିକ ଜୋରଦାର ଲଢେଇ ହୋଇଥିଲା ସମସ୍ତଙ୍କୁ ପଛରେ ପକାଇ ଶ୍ଳୋକ ଟାଇଟାନ ଓ ଜେଏସଏସ ବି ଏଲିଭେନ ଫାଇନାଲ ଟିକେଟ ପାଇଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ଳୋକ ଟାଇଟନ ଛଅ ଓଭରରେ ମାତ୍ର ୫୫ ରନ କରିପାରିଥିଲେ । ୫୫ ରନର ପିଛାକରି ଜେଏସଏସବି ଏଲିଭେନ ଧୂଆଁଧାର ବେଟିଙ୍ଗ କରି ବିରୋଧୀ ଦଳର ଧ୍ୱଜା ଉଡାଇ ଦେଇଥିଲା ପରେ ଜେଏସଏସବି -୧୧ ବିଜୟ ମୁକୁଟ ପିନ୍ଧିଥିଲା । ଵିଜୟ ଲାଭ କରିଥିବା ଓନର ଭୋଜରାଜ ଦଣ୍ଡସେନାଙ୍କୁ ଏକ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ତା’ସହ ଫାଇନାଲରେ ପରାଜିତ ଦଳକୁ ମଧ୍ୟ ଟ୍ରଫି ସହ ଅର୍ଥରାଶି ଦିଆଯାଇଥିଲା । ମ୍ୟାନ ଅଫ ଦ ସିରିଜ ମଦନ ଛତ୍ରୀଆ ପାଇଥିବା ବେଳେ ମ୍ୟାନଅଫମ୍ୟାଚ ଫକୀର ଗାଇଣ୍ଟା ମନୋନୀତ ହୋଇଥିଲେ । ଖେଳକୁ ପରିଚାଳନା କରିଥିଲେ ସାଧୁ ଦଣ୍ଡସେନା, ଅନୀଲ ବିଶ୍ୱାଳ ଘଟେନ୍ଦ୍ର ପଧାନ, ଗୋବିନ୍ଦ ବିଶ୍ୱାଳ, ନବଘନ ବଢ଼େଇ । ସ୍କୋର ଭାର ସମ୍ଭାଳି ଥିଲେ ଝସକେତନ ପଧାନ, ଧାରା ବିବରଣୀ ପ୍ରଦାନ କରିଥିଲେ ଲିଖିରାମ ଖୁରା ।

Leave A Reply

Your email address will not be published.