ବିଜେପି ଛାଡି କଂଗ୍ରେସରେ ଯୋଗଦାନ କଲେ ଯୁବଗୋଷ୍ଠୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ସଦର ମହକୁମା ସହ ଆଖପାଖ ଚାରୋଟି ପଂଚାୟତର ୨୦ଜଣ ବିଜେପି କର୍ମୀ କଂଗ୍ରେସରେ ଯୋଗଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ଆବାସିକ କାର୍ଯ୍ୟାଳୟ ଠାରେ ବେଲପଡାର ଯୁବନେତା ବିକାଶ ମେହେରଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ବିଜେପି ଦଳରେ ଦଳୀୟ ପଦାଧିକାରୀ ମନମାନି କରୁଥିବା ସହ ମନମାନିକୁ ବିରୋଧ କରି କଂଗ୍ରେସରେ ଯୋଗ ଦେଇଥିବା ଜଣାଇଛନ୍ତି । ଏହି ସମୟରେ ବେଲପଡା ବ୍ଲକ ସଭାପତି ତ୍ରିଲୋଚନ ଧରୁଆ, ଜିଲ୍ଲା ଉପ ସଭାପତି ଅଜିତ ପୁରୋହିତ, ଜିଲ୍ଲା ସମ୍ପାଦକ ସାନନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.