ରାଉରକେଲା, (ସସ୍ମିତା ପ୍ରଧାନ) : ରନ୍ଧନ ଗ୍ୟାସ ଏବଂ କମର୍ସିଆଲ ଗ୍ୟାସର ମୂଲ୍ୟ ବୃଦ୍ଧି ତଥା ବିତରଣରେ ଅବ୍ୟବସ୍ଥା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ଅଧ୍ୟକ୍ଷତାରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଦାବି କରାଯାଇଛି ଯେ, ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରାଯିବା ସହିତ ବିତରଣ ପ୍ରଣାଳୀରେ ଥିବା ଅବ୍ୟବସ୍ଥାକୁ ଦୂର କରାଯାଉ ବୋଲି ଦାବି କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ବି ଏନ୍ ପଟ୍ଟନାୟକ, ରଶ୍ମିରଞ୍ଜନ ପାଢୀ, ଜ୍ଞାନେନ୍ଦ୍ର ଦାସ, ଖଦେଳ ସେଠି, ବିରତନ ଦାସ, ବିନୋଦ ରାଉତ, ସନ୍ତୋଷ ବିଶ୍ୱାଳ, ଶ୍ରୀମତୀ ଝରଣା ତ୍ରିପାଠୀ, ବ୍ରଜବନ୍ଧୁ ତ୍ରିପାଠୀ, ଦିବ୍ୟଜ୍ୟୋତି ତ୍ରିପାଠୀ, ନରେନ୍ଦ୍ର ବର୍ମା, ମନୋଜ ପାଣିଗ୍ରାହୀ, ଶିବ ସୁନା, ଲକ୍ଷ୍ମୀପ୍ରିୟା ରାଉତ, ବରଦା ମହାନ୍ତି, ସୁନୀଲ ସିଂ, ସୁନୀଲ ପଟ୍ଟନାୟକ, ପ୍ରଦୀପ ସେଠ, ଅକ୍ଷୟ ଦାସ, ଧନୁର୍ଜୟ ମୁଣ୍ଡା, ଡେଭିଡ୍ ନବରଙ୍ଗୀ, ରଘୁନାଥ ଭୌମିକ, ଶ୍ୟାମ ସାଗର, ମହମ୍ମଦ ଗୁଲାମ, ବଲକର ସିଂ, ଭିକି ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।