ଗଞ୍ଜାମ ଜିଲ୍ଲା ପ୍ରାଥମିକ ସମବାୟ ସମିତି କର୍ମଚାରୀ ସଙ୍ଘ ଗଠନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ୧୦ ଘଣ୍ଟା ୩୦ ମି. ସମୟରେ ବ୍ରହ୍ମପୁର ଇଞ୍ଜିନିୟରିଙ୍ଗ ସ୍କୁଲ ନିକଟ ରେଭେନ୍ୟୁ ବଙ୍ଗଳାର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାରେ ଥିବା ଆସିକା ସମବାୟ ସମିତି କର୍ମଚାରୀ ସଙ୍ଘ ଏସିସିବି ଓ ବ୍ରହ୍ମପୁର ସମବାୟ ସମିତି କର୍ମଚାରୀ ସଙ୍ଘ ବିସିସିବିର ଏକ ମିଳିତ ବୈଠକ ବ୍ଲକ/ ଶାଖା ବ୍ୟାଙ୍କ ସ୍ତରୀୟ ସମିତି କର୍ମଚାରୀ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ପାଇଁ ଉଭୟ ୟୁନିଅନର ମିଳିତରେ ଗଞ୍ଜାମ ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘ ନାମକ ଏକ ସଂଗଠନ ଗଠନ କରାଯାଇଥିଲା । ସଙ୍ଘ ପରିଚାଳନା ପାଇଁ ଉପଦେଷ୍ଟା ସହ ୫୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଂଗଠନ କର୍ମକର୍ତ୍ତାଙ୍କ ଚୟନ କାରାଗଲା । ସଙ୍ଘର ସଭାପତି ଭାବେ ଶିବରାମ ମହାଙ୍କୁଡ ଓ ପଙ୍କଜ କୁମାର ପାତ୍ର ସଧାରଣ ସମ୍ପାଦକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ନବ କୁମାର ପାଢ଼ୀ, ଅଶୋକ ସ୍ୱାଇଁ, ବୁଲା ଡାକୁଆ କାର୍ଯ୍ୟକାରୀ ସଭାପତି ଓ ପ୍ରତାପ ଚନ୍ଦ୍ର ପାତ୍ର, ଶୁକଦେବ ନାୟକ, ସୁଶୀଲ କୁମାର ସାହୁ ଉପ ସଭାପତିଙ୍କ ସହିତ ବିନୋଦ କୁମାର ସାହୁ, ରଞ୍ଜନ କୁମାର ବିଷୋୟୀ, ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଂଗଠନର ଉପଦେଷ୍ଟା ଭାବେ ଲକ୍ଷ୍ମୀ ଚରଣ ପରିଡାଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ସଂଗଠନ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସମବାୟ ସମିତି କର୍ମଚାରୀ ଓ ସମିତିମାନଙ୍କ ହିତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସ୍ଥିର କରାଗଲା ।

Leave A Reply

Your email address will not be published.