କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ତା. ୨୨.୧୦.୨୦୨୧ରିଖରେ କଳାହାଣ୍ଡି ଜିଲ୍ଲା ଜଜ୍ଙ୍କୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ କି ଏକ ସିଭିଲ ଜଜ୍ (ସିନିୟରଡିଭିଜନ) କମ ଏଏସ୍ଜେ କୋର୍ଟ ପ୍ରତିଷ୍ଠା କରାଯିବ ଏବଂ ଏହାର ରିପୋର୍ଟ ତୁରନ୍ତ ଦିଆଯାଉ । କିନ୍ତୁ ଏହା ଏକ ଦୁଃଖର ବିଷୟ ଯେ, ସେହି ଚିଠି ସମ୍ବନ୍ଧରେ କଳାହାଣ୍ଡି ଜିଲ୍ଲା ଜଜ୍ କାର୍ଯ୍ୟାଳୟ ତରଫରୁ ଏପର୍ଯ୍ୟନ୍ତ ମାନ୍ୟବର ହାଇକୋର୍ଟଙ୍କୁ କୌଣସି ଉତ୍ତର ଦିଆଯାଇ ନ ଥିଲା । ଯେତେବେଳେ ଏହି ସତ୍ୟତା ନଜରକୁ ଆସିଲା, କେସିଙ୍ଗା ବାର୍ ଆସୋସିଏସନ୍ ସମ୍ପାଦକ ଯୁଗଳ କିଶୋର ଦୀପ ତା. ୧୭.୦୨.୨୦୨୬ ରିଖ ଦିନ ଚିଫ୍ ଜଷ୍ଟିସ୍ ଓଡ଼ିଶା ହାଇକୋର୍ଟଙ୍କୁ ଏକ ଚିଠି ଲେଖି ୨୦୨୧ ଚିଠି ବାବଦରେ ଜଣାଇ ତୁରନ୍ତ କେସିଙ୍ଗାରେ ଏକ ସିଭିଲ ଜଜ (ସିନିୟରଡିଭିଜନ.) କମ ଏଏସ୍ଜେ କୋର୍ଟ ପ୍ରତିଷ୍ଠା ପାଇଁ ଦୃଢ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଖୁସିର କଥା ଏହି କି ହାଇକୋର୍ଟ ତୁରନ୍ତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ପୁନର୍ବାର ଏକ ଚିଠି ସଂଖ୍ୟା ୨୮୩୮/୧୮.୦୨.୨୦୨୬ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ଜଜ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେସିଙ୍ଗାରେ ସିଭିଲ ଜଜ୍ (ସିନିୟର୍ ଡିଭିଜନ) ବା ଏଡିଜେ କୋର୍ଟର ସ୍ଥାପନ ପାଇଁ ରିପୋର୍ଟ ମାଗିଛନ୍ତି । କେସିଙ୍ଗାରେ ବର୍ତ୍ତମାନ ଜୁନିୟର ଡିଭିଜନ ସିଭିଲ କୋର୍ଟରେ ୫୦୦୦୦/- ଟଙ୍କା ଲିମିଟେସନ୍ ଥିବାରୁ ଲୋକେ ବାଧ୍ୟ ବାଧକତାରେ ଭବାନୀପାଟଣା ଯାଇ ଆର୍ଥିକ କ୍ଷତି ଭୋଗୁଛନ୍ତି । ଯଦି କେସିଙ୍ଗାରେ ସିଭିଲ ଜଜ୍ (ସିନିୟର୍ ଡିଭିଜନ) ବା ଏଡିଜେ କୋର୍ଟ ସ୍ଥାପନ ହୁଏ ତେବେ ବହୁତ ଲୋକ ଉକ୍ତ ଆର୍ଥିକ କ୍ଷତିରୁ ବଞ୍ଚିବା ସମ୍ଭବ ହେବ । କେସିଙ୍ଗାବାସୀଙ୍କ ସମର୍ଥନ ମଧ୍ୟ ରହିଛି ଏହି ଦାବି ପାଇଁ ।