ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ ଧୀମାନ ବସନ୍ତ ଲୋହାରଙ୍କ ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଭନ୍ତେ ସୁମଙ୍ଗଳ ବୋଧି ଓ ଧୀମାନ ଜଗଦୀଶ ବୌଦ୍ଧଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସାମାଜିକ କର୍ମୀ ଗୋପବନ୍ଧୁ ଶିକା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତଥାଗତ ଗୌତମ ବୁଦ୍ଧ ଓ ଡଃ. ବାବା ସାହେବ ଆମ୍ବେଦକର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତ୍ରିଶରଣ ପଞ୍ଚଶୀଳ କରି ଶୋକାକୁଳ ପରିବାରକୁ ତଥାଗତ ଗୌତମ ବୁଦ୍ଧଙ୍କ ସନ୍ଦେଶ ଶୁଣାଇ ଥିଲେ । ପୁଅ ଚୈତନ୍ୟ ଲୋହାର, କ୍ଷୀରସାଗର ଲୋହାର ଝିଅ ରମିତା ଲୋହାର, ବୋହୂ ବିନି, ପିଙ୍କି ନାତି ନାତୁଣୀ ଘରର ସମସ୍ତେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡୋଳାମଣି ପଟେଲ, ସତ୍ୟକୁମାର ତୁରିଆ, କୃଷ୍ଣଚନ୍ଦ୍ର ସୁନା, ମଣି ମହାନନ୍ଦ, ବଳଦେବ ସୁନା ପ୍ରମୁଖ ଧୀମାନ ବସନ୍ତ ଲୋହାରଙ୍କୁ ମନେ ପକାଇ ବକ୍ତବ୍ୟ ଦେଇ ଆଦରଞ୍ଜଳି ଅର୍ପଣ କରିଥିଲେ । ଏହି ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମରେ ବହୁତ ମାନ୍ୟ ଗଣ୍ୟବ୍ୟକ୍ତି ସାମାଜିକ କର୍ମୀ ଯୋଗଦାନ କରିଥିଲେ ।