ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ଠାରେ ଷୋହଳ ପ୍ରହର ନାମ ଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଚଳିତ ବର୍ଷ ପବିତ୍ର ଫାଲଗୁନ ଶୁକ୍ଳପକ୍ଷ ତ୍ରୟୋଦଶୀରୁ ଷୋହଳ ପ୍ରହର ନାମ ଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଗୁରୁବାର ସଂଧ୍ୟାରେ ଏକ ସୁସଜ୍ଜିତ ପଟୁଆରରେ ପବିତ୍ର ପୁଷ୍କରିଣୀରୁ ଶତାଧିକ ମହିଳା ଜଳ ଆଣିବା ପରେ ଯଜ୍ଞକର୍ମର ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ସଂକଳ୍ପ ସହ ନାମ କୀର୍ତ୍ତନ ଆରମ୍ଭ ହୋଇ ରବିବାର ଯଜ୍ଞ ପୂର୍ଣ୍ଣାହୁତି ହୋଇ ଦଧି ହାଣ୍ଡି ବିଶ୍ଵ କଲ୍ୟାଣ ପାଇଁ ନଗର ପରିକ୍ରମା କରାଯାଇଥିଲା । ତପନ କୁମାର ସାହୁ ଯଜମାନ ଭାବର ସଂକଳ୍ପ ନେଇଥିବା ବେଳେ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥଲେ । ଯଜ୍ଞକର୍ମର ସୁପରିଚାଳନା ପାଇଁ ସଭାପତି ଶୁଭ୍ରାଂଶୁ ସାହୁ, ଉପସଭାପତି କୈଳାଶ ଚନ୍ଦ୍ର ସାହୁ, ସତ୍ୟ ନାରାୟଣ ରାଉତ, ଜଗମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଗୌର ଚନ୍ଦ୍ର ସାହୁ, ଚିତ୍ତ ରଞ୍ଜନ ସାହୁ, ମନୋରଞ୍ଜନ ରାଉତ, ବିରଞ୍ଚି ଖର୍ସେଲ ପ୍ରମୁଖ ସମସ୍ତଙ୍କୁ ସହଯୋଗ ପାଇଁ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.