ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଦୋଷ ମୁକ୍ତ ହେବା ଘଟଣା

  • ସତ୍ୟମେବ ଜୟତେ କହିଲେ ଆପ୍ କାର୍ଯ୍ୟକର୍ତ୍ତା
  • ବରଗଡ଼ରେ ଲଡ଼ୁ ବାଣ୍ଟି ଧନ୍ୟବାଦ ଜଣାଇଲେ

ବରଗଡ଼, (ମୁନ୍ନା ସାହୁ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟମାନଙ୍କୁ ମାନ୍ୟବର କୋର୍ଟ ଦୋଷ ମୁକ୍ତ କରିବା ପରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ମୁହୂର୍ତ୍ତକୁ ପାଳନ କରିବା ପାଇଁ ବରଗଡ ଜିଲ୍ଲା ୟୁନିଟ ପକ୍ଷରୁ ଗାନ୍ଧୀ ଛକ ଠାରେ ସତ୍ୟମେବ ଜୟତେ କାର୍ଯ୍ୟକ୍ରମ ସହ ସହର ପରିକ୍ରମା କରାଯାଇଛି । ଲଡ଼ୁ ବଣ୍ଟନ କରି ଆପ୍ କାର୍ଯ୍ୟକର୍ତ୍ତାମାନେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀ ସରକାରଙ୍କ ଏକଛତ୍ରବାଦ ନୀତିକୁ ଭତ୍ସନା କରିଥିଲେ । ଆପ୍‌ର ଜନମଙ୍ଗଳକାରୀ କାର୍ଯ୍ୟ ଓ ଲୋକପ୍ରିୟତାରେ ଭୟଭୀତ ହୋଇ ମୋଦୀ ସରକାର ସିବିଆଇ ଓ ଇଡିର ଦୁରଉପଯୋଗ କରି ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ଶୀର୍ଷ ନେତୃତ୍ୱଙ୍କୁ ମିଥ୍ୟା କେଶ ମକଦ୍ଦମାରେ ଫସେଇ ଜେଲରେ ପୁରାଇ ଥିଲେ । ଯାହା ସ୍ୱତନ୍ତ୍ର ଅଦାଲତରେ ଦୋଷ ମୁକ୍ତ ହୋଇଛନ୍ତି । କୌଣସି ଠୋସ ପ୍ରମାଣ ଓ ସାକ୍ଷ୍ୟ ନଥିବାରୁ ବିଚାରପତି ଏହି କେଶରେ ଆପ୍ ନେତା ମାନଙ୍କୁ ଦୋଷ ମୁକ୍ତ କରିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତିକୁ କୁଳଶିତ କରିବାକୁ ଏପରି ଷଢ଼ଯନ୍ତ୍ର କରାଯାଇ ଥିଲା ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ୱରୂପ ଭୋଇ, ଆଡ଼ଭୋକେଟ ରମେଶ ପତି, ଜୟ କୃଷ୍ଣ ଛୁରିଆ, ଶାହରୁଖ ଲୋଧିଆ, ମମତା ବେହେରା, ଅସିତ ସାହୁ, ମିଲୁ ନାଗ, ସୂର୍ଯ୍ୟ ଭୋଇ, ଗୌତମ ମହାନନ୍ଦ, ସରିତା ସୁନା, ଅଭିଳାଷ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.