jayashree

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ ରାଉରକେଲାର, ସେକ୍ଟର – ୨ ସ୍ଥିତ ସ୍ନେହନାଇ ମଣ୍ଡପ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ସ୍ଵାଗତ ଭାଷଣ ଦେବାସହ ଏହି ବୈଠକର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଖଟେଇ ତାଙ୍କ ବକ୍ତବ୍ୟରେ ଜିଲ୍ଲା ଓ ମଣ୍ଡଳ ସ୍ତରରେ ପ୍ରଶିକ୍ଷଣ ବର୍ଗ କିପରି କରାଯିବ ତା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ତାଙ୍କ ବକ୍ତବ୍ୟରେ କାର୍ଯ୍ୟକର୍ତ୍ତା ଓ କର୍ମୀ କିଭଳି ସଂଗଠିତ ହୋଇ କିଭଳି କାର୍ଯ୍ୟ କରିବେ ତା ଉପରେ ଆଲୋକପାତ କରିଥିଲେ । ରାଜ୍ୟ ମୁଖପାତ୍ର ଧିରେନ ସେନାପତି ରାଜ୍ୟ ବଜେଟ ଓ ସ୍ପେସିଆଲ ଇଣ୍ଟେନସିଭ୍ୟୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତତ ବ୍ୟତୀତ ମଞ୍ଚାସୀନ ଥିଲେ ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ଟୋଲି ସଂଯୋଜକ ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ରାସବିହାରୀ ପ୍ରଧାନ, ମନୋଜ ପ୍ରଧାନ, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ଅଳ୍ପସଂଖ୍ୟକ ସଭାପତି ଗୁରିନ୍ଦର ସିଂ, ପୂର୍ବତନ ରାଉରକେଲା ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ଟୋଲି ସହ ସଂଯୋଜକ ନମ୍ରତାବାଗ, ଜିଲ୍ଲା ସୋସିଆଲ ମିଡ଼ିଆ ଟୋଲି ସଂଯୋଜକ ନବୀନ ଗୁପ୍ତା, ଜିଲ୍ଲା ଟୋଲି ସହ ସଂଯୋଜକ ନିରଞ୍ଜନ ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିରାମ ମହାକୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା, ମଣ୍ଡଳ କମିଟି, ଜିଲ୍ଲା ଟୋଲି ଓ ମଣ୍ଡଳ ଟୋଲି ଓ ଅପେଖିତ ନେତୃବୃନ୍ଦ ବହୁ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.