ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା

ବୋରିଗୁମ୍ମା : ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା । ପ୍ରେମିକ ସହ ମିଶି ଘଟାଇଲା ନାରକୀୟ କାଣ୍ଡ । ମା’ ଓ ଭାଇକୁ ଝିଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୂଚନାଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୋଡ଼ରେ ଝିଅ ଏବଂ ପୁଅ ସହ ରହୁଥିଲେ ଅନୁଷ୍କା ପରିଡା । ତାଙ୍କ ପୁଅ ଏବଂ ଝିଅ ଉଭୟ ନାବାଳକ ଓ ନାବାଳିକା । ଗତ ୨୦ ତାରିଖରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ମା’-ପୁଅ ନିଖୋଜ ଅଛନ୍ତି । ମୋବାଇଲ ସୁଇଚ୍ ଅଫ୍ ରହିଛି । ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ମା’-ପୁଅ ନିଖୋଜ ନେଇ ଏକ ଲିଖତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୋମବାର କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲରେ ବସ୍ତାରେ ଏକ ଶବ ଭାସୁଥିବା ଲୋକେ ଦେଖ୍ ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଭିତରୁ ପୁଅର ଗଳିତ ଶବ ଉଦ୍ଧାର କରିଥିଲେ । ପୁଅର ଗଳା କାଟି, ହାତ-ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ମଙ୍ଗଳବାର ଜୟନ୍ତଗିରି କେନାଲରୁ ମା’ର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଝିଅ ସ୍ଥାନୀୟ ଅଞ୍ଚଳର ଜଣେ ପୁଅକୁ ଭଲ ପାଉଥିଲା । ମା’ ଅନୁଷ୍କା ପରିଡା ପ୍ରେମ ସମ୍ପର୍କକୁ ବାରଣ କରୁଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହୋଟାଇବା ପାଇଁ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପ୍ରେମିକକୁ ଥାନାରେ ଅଟକ ରଖ୍ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.