ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ସଦର ମହକୁମାଠାରେ ଥିବା ସମଲେଶ୍ଵରୀ ଶିଶୁ ମନ୍ଦିରର ୨୫-୨୬ ଶିକ୍ଷା ବର୍ଷ ପାଇଁ ୧୩ତମ ବାର୍ଷିକ ଉତ୍ସବ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କେଲ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଅଲେଖ ସାହୁଙ୍କ ସଭାପତିତ୍ୱରେ ତଥା ଆଚାର୍ଯ୍ୟ ତରଙ୍ଗ ରଣାଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ୨୯ ନମ୍ବର ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ବିନେକେଲାର ପ୍ରାକ୍ତନ ଅଧ୍ୟାପକ ପୁଲସ୍ତି ବେହେରା, ସମ୍ମାନିତ ଅତିଥି ରୂପେ ଟିଟିଲାଗଡ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ, ବିଟାବନ୍ଧ କ୍ଲଷ୍ଟର ସିଆରସିସି ଲକ୍ଷପତି ହରିପାଲ, ସମଲେଶ୍ଵରୀ ସେବା ସଂସ୍ଥାନର ଜିଲ୍ଲା ସଂଯୋଜକ କୃପାସିନ୍ଧୁ ପୁଟେଲ, ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପୁଟେଲ, ସମ୍ପାଦକ ଅଗସ୍ତି ବାଗ, କୋଷାଧ୍ୟକ୍ଷ ଦେବାନନ୍ଦ ପାଣ୍ଡେ, ସ୍ୱେଚ୍ଛାସେବୀ ପାର୍ଥରାମ ଭୋଇ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ଶିଶୁ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶିଶୁ ମନ୍ଦିର ପାଇଁ ଜମିଦାନ କରିଥିବା ଦୁଇଜଣ ବ୍ୟକ୍ତି ଇଶ୍ୱର ସେଲମା ଓ ନିରାକାର ପାଣ୍ଡେଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଶିଶୁ ମନ୍ଦିର ୨୫-୨୬ ଶିକ୍ଷା ବର୍ଷର ଶ୍ରେଷ୍ଠ ଛାତ୍ର ରୂପେ ଅଷ୍ଟମ ଶ୍ରେଣୀର ଛାତ୍ର ନବନୀତ ପୁଟେଲ, ବିଭିନ୍ନ ପ୍ରକାରର କ୍ରୀଡାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ନିରଞ୍ଜନ ପାଣ୍ଡେ, ଦୀପକ ପୁଟେଲ, ଲିଙ୍ଗରାଜ ଘିଭେଲା, ଅନାଦି ଚରଣ ଲୁହା, ଗୌତମ ଗହୀର, ସୁମିତା ପୁଟେଲ, ମମିତା ମାଝୀ, ସୁଜାତା ବାଗ, ଦିପ୍ତୀମୟୀ ପଟେଲ, ରିଙ୍କି ଆଡଯୁଆଡ ସନ୍ଧ୍ୟା ସାହୁଙ୍କ ସହ ପରିଚାଳନା କମିଟି ଓ ଅଭିଭାବକମାନେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.