ପୁରୀ : ପୁରୀରେ “ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ” ଆୟୋଜିତ “ଉତ୍କଳ ପ୍ରତିଭା ସମ୍ମାନ ସମାରୋହ–୨୦୨୬” ଅବସରରେ ବ୍ୟଙ୍ଗକବି କୃଷ୍ଣେନ୍ଦୁ ହୋତାଙ୍କୁ “ଶ୍ରୀକ୍ଷେତ୍ର ସାହିତ୍ୟ ରତ୍ନ ସମ୍ମାନ–୨୦୨୬” ଦ୍ୱାରା ସମ୍ମାନିତ କରାଯାଇଛି । ସାହିତ୍ୟ ମାର୍ଗରେ ତାଙ୍କର ଅପୂର୍ବ ଅବଦାନ, ବ୍ୟଙ୍ଗ ରଚନାରେ ନିଜସ୍ୱ ଶୈଳୀ ଓ ସମାଜସଚେତନ ଚିନ୍ତାଧାରା ପାଇଁ ଏହି ସମ୍ମାନ ତାଙ୍କୁ ଦିଆଯାଇଥିଲା । ଏହି ଅବସରରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ । ସମ୍ମାନ ସ୍ୱରୂପ ତାଙ୍କୁ ସ୍ମାରକ, ପ୍ରଶଂସାପତ୍ର ଓ ଉପହାର ଦେଇ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।