ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୭ ଦଫା ଦାବିରେ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦୁପତ୍ର କର୍ମଚାରୀଙ୍କ ଏହି ଦାବି ଗୁଡ଼ିକ ଯଥା ଶୀଘ୍ର ପୁରଣ କରା ନ ଗଲେ କେନ୍ଦୁପତ୍ର କର୍ମଚାରୀ ତାଙ୍କର ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । ଦାବି ଗୁଡ଼ିକ ମଧ୍ୟରେ କେନ୍ଦୁପତ୍ର କେଜି ପ୍ରତି ଦର ବୃଦ୍ଧି, ସିଜିନାଲ କର୍ମଚାରୀ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି, ବଣ୍ଡଲ ପ୍ରତି ଦର ବୃଦ୍ଧି , କେନ୍ଦୁପତ୍ର ଫଢି ଉଚ୍ଛେଦ ବନ୍ଦ କରିବା , ପରୋକ୍ଷ ଘରୋଇକରଣ ବନ୍ଦ କରିବା, ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା, କେ.ଏଲ.ଡି.ବି.ର ଆବଶ୍ୟକୀୟ ସଂଶୋଧନ ସହ ସଂଘର ମତାମତ ନେଇ ସଂଘର ସଦସ୍ୟ ମନୋନୀତ କରିବା, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ କରିବା, ବୋନସ ପ୍ରଦାନ କରିବା ଓ ମୃତକ ପରିବାରକୁ ମୃତ୍ୟୁ କାଳୀନ ସହାୟତା ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ମୁଖ୍ୟଦାବି ରହିଛି ।