jsm

ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ” ଆୟୋଜିତ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନରେ ବ୍ରହ୍ମପୁର ମହାନଗର ନିଗମର ନୂତନ ସମ୍ମିଳନୀ କକ୍ଷରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ “ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡୀ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଟ କମିଶନର ରୋନିତ କୁମାର, ପ୍ରାକ୍ତନ ଡେପୁଟି କମିଶନର ଆଦିତ୍ୟ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ସହ ସ୍ନେହ ଓ ସମ୍ମାନ କରିବା ବୋଲି କହିଥିଲେ । ଏହି ଆଲୋଚନା ଚକ୍ରର ବିଷୟ ରହିଥିଲା “ବରିଷ୍ଠ ନାଗରିକ ଆମ ବରିଷ୍ଠ ସମ୍ବଳ” ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଡ ସଂଗୀତା ବାବୁ, ଶ୍ରୀମତୀ ନମିତା ମହାପାତ୍ର ଓ ବିରୁପକ୍ଷ ଦାସ ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ସୁଶାନ୍ତ କୁମାର ପଟ୍ଟନାୟକ, ଦ୍ୱିତୀୟ ଏମ୍ ରାଜୀବ ଓ ମିହିର କାନ୍ତ ମହାପାତ୍ର ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରୋନିତ କୁମାର ସେଠୀ ଓ ଦିନବନ୍ଧୁ ଶ୍ରୀପଲ୍ଲଭ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ସାମାଜିକ ସୁରକ୍ଷା ବିଭାଗରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.