ପୁଇଁତଲା, (ଦେବାଶିଷ ମିଶ୍ର) : ପୁଇଁତଲା ଥାନାର ପେଟ୍ରୋଲିଂ ଟିମ୍ ପୁଡାପାଲିଠାରେ ବିଦେଶୀ ମଦ ବିକ୍ରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଔରଙ୍ଗାବାଦ (ବିହାର) ନିବାସୀ ଗୌରବ କୁମାର ଗୁପ୍ତା ହୋଇଥିବା ବେଳେ ତଲାସି ସମୟରେ ଅଭିଯୁକ୍ତଙ୍କ ପାଖରୁ ମୋଟ ୩୭.୮ ଲିଟର ମଦ ଜବତ କରାଯାଇଛି । ଏଥିରେ ୧୨ ବୋତଲ କିଙ୍ଗଫିସର ଷ୍ଟ୍ରଙ୍ଗ ବିୟର (କାଚ ବୋତଲ), ୪୮ ଟି କିଙ୍ଗଫିସର ବିୟର କ୍ୟାନ୍, ୦୬ ବୋତଲ ଇମ୍ପେରିଆଲ୍ ବ୍ଲୁ ପ୍ରିମିୟମ ହୁଇସ୍କି (କାଚ ବୋତଲ), ୦୬ ବୋତଲ ଅଫିସର୍ସ ଚଏସ୍ ପିଓର୍ ହୁଇସ୍କି (କାଚ ବୋତଲ) ରହିଛି । ଏହି ଘଟଣାରେ ପୁଇଁତଲା ଥାନା କେସ୍ ନମ୍ବର ୪୭/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତ କେଉଁଠାରୁ ଓ କାହା ପାଇଁ ଏତିକି ମଦ ନେଇକି ଯାଉଥିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।