ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବର ୪୮ ତମ ବାର୍ଷିକ ଉତ୍ସବ ଅବସରରେ କ୍ରିଷ୍ଣା ବିକାଶ ହସ୍ପିଟାଲ ଓ ଟାଉନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ମୁରାରି କ୍ରିଷ୍ଣା ଫାଉଣ୍ଡେସନ ତରଫରୁ ଡାକ୍ତର ଅଜିତ୍ ବାରିକଙ୍କ ନେତୃତ୍ୱରେ କ୍ରିଷ୍ଣା ବିକାଶ ଡାକ୍ତରଖାନାର କୀଡ଼ନି ରୋଗ ଡା. ସୁଧାଂଶୁ ଶେଖର ଭୋଇ, ଗ୍ୟାଷ୍ଟ୍ରୋ ସର୍ଜରୀ ଡା. ଡି. ହେମନ୍ତ ସାଇ କୁମାର, ଚର୍ମରୋଗ ଡା. ମନାଲୀ ଡେକାରାଜା, ଅସ୍ଥିଶଲ୍ୟ ଡା. ନାରାୟଣ ପ୍ରସାଦ ମିଶ୍ର, ମେଡ଼ିସିନ ଡା. ଦତ୍ତାତ୍ରେୟ ଶେଲକେ, କର୍ଣ୍ଣ ନାସା ଗଳା ଡା. ଡିଲୀ ନା ସାଇବାମ, ଛାତି ଓ ଫୁସଫୁସ ଡା.ଏନ. ଅତୁଲ୍ୟା ଫିଜିଓଥେରାପି, ଡା. ମହମ୍ମଦ ଅଖତର ଦନ୍ତରୋଗ, ଡା. ମୌସୁମୀ ଦୁବେ ଆହାର ଓ ପଥ୍ୟ ଡା. ଶ୍ରଦ୍ଧା ଶର୍ମା ପ୍ରମୁଖଙ୍କ ସହ ଫାର୍ମାସିଷ୍ଟ ଷ୍ଟାଫମାନେ ଯୋଗଦେଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଟାଉନ କ୍ଲବ ତରଫରୁ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା ସୁଯୋଗ କରାଯାଇ ସ୍ୱାସ୍ଥ୍ୟ ଶିବିର ମେଗା ଆୟୋଜନ କରାଯାଇଥିଲା । କ୍ଲବର ପ୍ରତିଷ୍ଠାତା ସଦସ୍ୟ ଶିରୀଶ ବହିଦାର, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଲାଲବିହାରୀ ମିଶ୍ର, ସୁଶୀଲ ଶର୍ମା, ଧନମାଳୀ ସାହୁ, ନୀଳ ଦୋରା, ପ୍ରତାପ ମିଶ୍ର ତଥା ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର, ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ସୁବାଷ ପାତ୍ର, ରମେଶ ଗର୍ଗ, ସରୋଜ ମିଶ୍ର, ହରି ସିଂ, ଡଃ ଶ୍ରୀକାନ୍ତ ପାଣିଗ୍ରାହୀ, ନରୋତ୍ତମ ପ୍ରଧାନ, ସୁନୀଲ ଅଗ୍ରୱାଲ, ଜ୍ୟୋତ୍ସ୍ନାରାଣୀ କର, ରଞ୍ଜୁ ସେଟ, ନାରାୟଣ ପୁରୋହିତ, ସୁରେନ୍ଦ୍ର ସାହୁ, ନିରୋଜ ସିହ୍ନା, ପ୍ରମୋଦ ମେହେର, ଯୁଗଳ ସାହୁ, ଚିନ୍ମୟ ସାମଲ, ଅଖିଳ ପେଟନାୟ, ଅମିତ ଗର୍ଗ, ଦୀନେଶ ବାରିକ, ସୁରେଶ ସାହୁ, ସୋମେଶ ମହାନ୍ତି, ଡଃ ଅଜିତ ମେହେର, ଲକ୍ଷ୍ମୀକାନ୍ତ ବରିହା, ସୋହେବ ଖାନ, ସିପନ ପୁରୋହିତ, ସୁଶୀଲ ଅଗ୍ରୱାଲ, ଅଜୟ ଅଗ୍ରୱାଲ, ନବ କଣ୍ଟା, ଜିଲ୍ଲା ପରିଷଦ ସାରସ୍ୱତୀ ସାହୁ, ମକରଧ୍ୱଜ ବଗାର, ସରପଞ୍ଚ ସୁନୀଲ ବେହେରା, ଆନନ୍ଦ ବେହେରା, ମଣ୍ଡଳ ସଭାପତି ଟୁନା ଡନସନା, ଅକ୍ଷୟ ପଧାନ, ସତ୍ୟମ ପ୍ରଧାନ, ମାନ ବେହେରା, ଜିତୁ ସାହୁ, ରାଜେଶ ଗୁର୍ଲ୍ଲା, ଡମ୍ୱରୁ ସାହୁ, ଗୋକୁଳା ବଗର୍ତି, ଅନିଲ ଗୁର୍ଲ୍ଲା, ରୁଦ୍ର ସାହୁ, ବିରେନ ପ୍ରଧାନ, ପ୍ରେମାନନ୍ଦ ବରିହା, ଉଦ୍ଧବ ଡୁଙ୍ଗରି, ଅମୀର ମେହେର, ନିରୋଜ କୁମ୍ଭାର, ସୁଧାଂଶୁ, ପ୍ରକାଶ ଦାସ, ଅର୍ଜୁନ ସାହା, ପିଣ୍ଟୁ ସାହାଙ୍କ ସମେତ ସମସ୍ତ କର୍ମକର୍ତ୍ତା, ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାୟମାନେ ଶିବିରରେ ସାମିଲ ହୋଇଥିଲେ । ଉତ୍ତମ ଚିକିତ୍ସାର ସୁବିଧା ସୁଯୋଗ ପାଇପାରୁ ନଥିବା ଜନସାଧାରଣ ଏହି ଶିବିରରେ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିଥିଲେ । ଅଂଚଳର ବହୁ ଜନସାଧାରଣ ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିଥିଲେ । ଆହୁରି ଟାଉନ୍ କ୍ଲବର ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବୃକ୍ଷ ରୋପଣ ପାଇଁ ଗତ ୨୦୨୫ ଲୋକ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦାନ ଦେଇ ଝାଙ୍କର ମାନଙ୍କ ଦ୍ଵାରା ଅଣାଯାଇଥିବା ବିଭିନ୍ନ ଦେବୀପୀଠର ମାଟିକୁ ନେଇ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ଝାଙ୍କର ମାନେ ବୃକ୍ଷ ରୋପଣ କାର୍ଯ୍ୟରେ ଯୋଗଦାନ କରିଥିଲେ ।
Prev Post