jsm

ସାହିତ୍ୟିକା ତଥା ଗୀତିକାର ଦେବେନ୍ଦ୍ର ଦାସ ଓ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

csstore

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ସ୍ୱନାମଧନ୍ୟ ଗୀତିକାର ତଥା ସାହିତ୍ୟିକ ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ମଙ୍ଗଳବାର ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶାର ଜଣେ ସୁପ୍ରସିଦ୍ଧ ଲେଖକ, ଗୀତିକାର ଦେବେନ୍ଦ୍ର ଦାସ ଏବଂ ସଂଗୀତ ଜଗତର ସୁପ୍ରସିଦ୍ଧା ଗାୟିକା ଗୀତା ପଟ୍ଟନାୟକଙ୍କ ବିୟୋଗ ଓଡ଼ିଶା ଦୁଇ ପ୍ରତିଭାଧରଙ୍କୁ ହରାଇଲା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସ୍ୱର୍ଗତ ଦାସ ସାହିତ୍ୟ ଜଗତକୁ ଅବଦାନ ଅତୁଳନୀୟ ଥିଲା ଏବଂ କଣ୍ଠଶିଳ୍ପୀ ପଟ୍ଟନାୟକଙ୍କ ସଂଗୀତ ଆଜି ମଧ୍ୟ ଶ୍ରୋତମାନଙ୍କ ନିକଟରେ ବେଶ୍‌ ଆଦୃତ ହୋଇ ରହିଛି । ଏହି ସଭାରେ ନବୀନ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ଼. ଡ଼ମ୍ବରୁଧର ସାହୁ, ରାମକୃଷ୍ଣ ପାତ୍ର, କାମରାଜୁ ମହାରଣା, ସାମ୍ବାଦିକ ହୃଷିକେଶ ମହାନ୍ତି, ପ୍ରକାଶ ପାଣିଗ୍ରାହୀ, ସୁଶାନ୍ତ କର, ରଂଜନ କୁମାର ସାହୁ, ପବିତ୍ର ଚୌଧୁରୀ, ସଂଜୀବ ରେଡ଼ି ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଦେବେନ୍ଦ୍ର ଦାସ ଓ ଗୀତା ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.