jsm

ପଦ୍ମପୁର ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ୪ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପଦ୍ମପୁର ସ୍ପୋର୍ଟସ ଆସୋସିଏସନ ତରଫରୁ ଚାରି ଦିବସୀୟ ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି । ରବିବାର ଦିନ ପଦ୍ମପୁର ଓ କୁଚିଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ଦଳ ୧-୦ଗୋଲରେ ବିଜୟୀ ହୋଇଥିଲା । ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲାର ସଭାପତି ଡକ୍ଟର ଅରୂପାନନ୍ଦ ସାହୁ ଯୋଗଦାନ କରିଥିଲେ । ସ୍ପୋର୍ଟ୍ସ ଆସୋସିଏସନର ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ତତ୍ୱାବଧାନରେ ପୂର୍ବତନ ଖେଳାଡ଼ି ନନ୍ଦକିଶୋର ମାଝୀ, ନନ୍ଦ କିଶୋର ଧାରୁଆ, ନବୀନ ଚନ୍ଦ୍ର ସାହୁ, ନିରଞ୍ଜନ ବହିଦାର, ନୀଳମଣି ସାହୁ, ନୀଳମାଧବ ଦୋରା, ବାସୁଦେବ ଦାଶ, କୁସୁମ ରାଓ, ଗଣେଶ ବହିଦାର, ବାୟାନିଧି ସାହୁ, ନରେନ୍ଦ୍ର ସାହୁ, ଦେବାର୍ଚ୍ଚନ ଭୋଇ, ସଚ୍ଚିଦାନନ୍ଦ ବହିଦାରଙ୍କୁ ସମ୍ବର୍ଦ୍ଧନା ସହିତ ମାନପତ୍ର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ୍‌ର ବିଜେତା ଦଳକୁ ନଗଦ ୬୦୦୦୦ ଟଙ୍କା ସହିତ ଏକ ଟ୍ରଫି ଏବଂ ଉପ ବିଜେତା ଦଳକୁ ନଗଦ ୪୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଡ଼ି ଭାବେ ପଦ୍ମପୁରର ଟେକାରୁ ନେଗୀ, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ କୁଚିଣ୍ଡା ଦଳର ଓମ ଖଡିଆ ଏବଂ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବେ ପଦ୍ମପୁରର ରାହୁଲ ଭୋଇଙ୍କୁ ପୁରସ୍କୃତ କରାଯେଇଥିଲା । ଖେଳକୁ ଅଶ୍ୱିନୀ ବେରିଆ, ସୁଧାଂଶୁ ସେଠ, ଦେବାଶିଷ ବାଗ, ନୀଳ ନାୟକ, ଦୀପକ ରାଜହଂସ, ମଣ୍ଟୁ ବାଗ ପରିଚାଳନା କରିଥିବା ବେଳେ ବିଦେଶୀ ସାହୁ ଓ ଚନ୍ଦ୍ରମଣି ସାହୁ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇ ଥିଲେ । ଡକ୍ଟର କେଶରଞ୍ଜନ ପ୍ରଧାନ, ଦ୍ୱାଦଶ ପ୍ରଧାନ ଓ ଦିବ୍ୟ କିଶୋର ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼କ୍ଟର ନାରାୟଣ ପୁରୋହିତ, ପ୍ରମୋଦ ମିଶ୍ର, ରସପାଳ ସିଂ ଖେରା, ଅଶୋକ କଲସାଏ ପ୍ରଦୀପ ଜାଲ, ପ୍ରଦୀପ ପାତ୍ର, ନରେଶ ବାରିକ, ନରୋତ୍ତମ ପ୍ରଧାନ, ଶିରିଶ ସାହୁ, ସରୋଜ ମିଶ୍ର, ପ୍ରମୋଦ ମେହେର, କୋଷାଧକ୍ଷ ସଂଜୀବ ମାଝୀ ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.