csstore

ଭୁତିବାହାଲ ମହାଶିବରାତ୍ରି ମହୋତ୍ସବ ଉଦଯାପିତ

ଗାଇସିଲାଟ, (କେପିଏନ୍‌ଏସ୍‌) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ବାବା ଧବଳେଶ୍ୱର ପୀଠରେ ମହାଶିବରାତ୍ରି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପଶ୍ଚିମ ଓଡିଶା ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପାଦକ ଯୋଗେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଖଗେଶ୍ୱର୍ ରାଉତ । ଏହା ବ୍ୟତୀତ ଜୟନ୍ତ କୁମାର ସିଂହଦେଓ, ବିଶିଷ୍ଟ ସମାଜସେବୀ ରଂଜନ କୁମାର ପଣ୍ଡା, ବିଜେପି ନେତା ପ୍ରବୀଣ କୁମାର ପାଣିଗ୍ରାହୀ, ବିଶିଷ୍ଟ ରାଜନେତା ତଥା ଚାଷୀ ନେତା ନାରାୟଣ ସାହୁ, ସରପଞ୍ଚ ପ୍ରତିନିଧି କରମ ସିଂ ସାହୁ, ଶିକ୍ଷାବିତ ସପ୍ତସିନ୍ଧୁ ବଗର୍ତ୍ତୀ, ବିଶିଷ୍ଟ ନେତା ରାଜୁ ଘିବେଲା, ୱାର୍ଡ ମେମ୍ବର ଦିବ୍ୟ କିଶୋର ସାହୁ, ଗଉଁତିଆ କୈଳାସ ଚନ୍ଦ୍ର ନାଗ୍, ଜୟଚନ୍ଦ୍ର ସାହୁ, ଗିରିଜା ଶଙ୍କର ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କଳା, ସଂସ୍କୃତି, କୃଷି ଏବଂ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାବିତ ତଥା ଅଧ୍ୟକ୍ଷ ଜୟକେତନ ତ୍ରିପାଠୀ, ଜୈବିକ ଚାଷୀ ଡମ୍ବରୁଧର ମାଝି, ଆଦର୍ଶ ଶିକ୍ଷକ ଉମାକାନ୍ତ ପୁଟେଲ, ସଂସ୍କୃତି ଗବେଷକ ତଥା ଶିକ୍ଷକ ଦଶରଥ ବାଗଙ୍କୁ ସମ୍ମାନିତ କରାଯାଇଥିଲା । ବାବା ଧବଳେଶ୍ୱର ପୀଠରେ ମହାଦୀପ ଲାଗିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଏକ ଲକ୍ଷ ଏକ ଦୀପ ପ୍ରଜ୍ୱଳନ କରିଥିଲେ । ଏହା ସହିତ କୁନି କୁନି କଳାକାରମାନଙ୍କର ଶିବ ତାଣ୍ଡବ, ନୃତ୍ୟଗୀତ ଓ ଦୁଲଫୁଲ୍ କଳା ପରିଷଦ ଭୁତିବାହାଲର କଳାକାରମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିଥିଲା । ମହୋତ୍ସବରେ ଗଣେଶ ରଣା, ରମାକାନ୍ତ ନାଗ, ଗୁରୁଦେବ ସାହୁ, ଜଗଦାନନ୍ଦ ନାଏକ, ନନ୍ଦଲାଲ୍ ନାଗ, ଘନଶ୍ୟାମ ସାହୁ ପ୍ରମୁଖ ବିଶେଷ ଯୋଗଦାନ ଦେଇଥିଲେ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ପାଞ୍ଚଦିନ ଧରି ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ମହୋତ୍ସବକୁ ସଫଳ କରିବାରେ ରହିଥିଲା ଗ୍ରାମବାସୀମାନଙ୍କର ଅକ୍ଳାନ୍ତ ପରିଶ୍ରମ । କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ ଶିବ ପ୍ରସାଦ ସାହୁ ଏବଂ ଶେଷରେ ପୁସ୍ତମ୍ ଯୁଆଡି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.