ମୁରିବାହାଲ୍ ବ୍ଲକସ୍ତରୀୟ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା କାର୍ଯ୍ୟକ୍ରମ ୨୦୨୫-୨୬ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁରିବାହାଲ୍ ବ୍ଲକ୍ ଅଧିନସ୍ଥ ସମସ୍ତ ୧୨ ଗୋଟି କ୍ଲଷ୍ଟରରୁ ଚୟନୀତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଭାଗିତାରେ ଗୁଡ଼ିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଯୋଗଦେଇଥିଲେ । ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ୨୮.୦୧.୨୦୨୬ ରୁ ୩୦.୦୧.୨୦୨୬ (ଶୁକ୍ରବାର) ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ଶିକ୍ଷଣ ଉପଯୋଗୀ ଶିକ୍ଷଣ ସାମଗ୍ରୀଗୁଡ଼ିକ ଦଳଗତ ଭାବରେ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ପ୍ରଥମ ଦିବସରେ ମୁରିବାହାଲ୍ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, କାନ୍ତାରାମ୍ ଧରୁଆ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗତ ନାଗ୍ ପ୍ରମୁଖ ମହାପ୍ରଭୁଙ୍କ ପାଦ ପଦ୍ମରେ ପୁଷ୍ପ ମାଲ୍ୟ ତଥା ଧୂପଦୀପ ପ୍ରଜ୍ୱଳନ ପୂର୍ବକ ସାମୁହିକ ପ୍ରାର୍ଥନା ଗାନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ଏହି ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ପରିଚାଳନା ତଥା ତାଲିମ୍ ପ୍ରଦାନ ନିମନ୍ତେ ଗଣାଧିପ ଦାସ, ଅନିଲ କୁମାର ବେହେରା, ସୋମନାଥ ଧଳ ଓ ବିରଞ୍ଚି ଦୀପ ଚାରିଜଣ ଆରପି ଭାବରେ ନିୟୋଜିତ ହୋଇଥିଲେ । ଏହା ସହିତ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଓ ସମସ୍ତ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆବଶ୍ୟକୀୟ ସହଯୋଗ ଜ୍ଞାପନ କରିଥିଲେ । ଗୁଡିଘାଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷ୍ମୀକାନ୍ତ ମହାନନ୍ଦ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗତ ନାଗ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହାର ପ୍ରମୁଖ ନେତୃତ୍ୱ ସହିତ ଦାୟିତ୍ଵ ଭାର ଗ୍ରହଣ କରିଥିଲେ । ଶେଷ ଦିବସରେ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ ନିମନ୍ତେ ଜିଲ୍ଲା ଶିକ୍ଷକ ଶିକ୍ଷା ସଂସ୍ଥାନର ବରିଷ୍ଠ ପ୍ରଶିକ୍ଷକ ଡକ୍ଟର୍ ପ୍ରଶାନ୍ତ କୁମାର ନିଖଣ୍ଡିଆ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ଏବଂ ବହୁ ପ୍ରଶଂସନୀୟ ମଧ୍ୟ ହୋଇଥଲା ।

Leave A Reply

Your email address will not be published.