ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗଙ୍କ ସଭାପତିତ୍ୱରେ ଓ ସ୍କୁଲ କିରାଣୀ ତଥା ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି,ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପୂର୍ବତନ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର, ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୀତବାସ ସାହୁ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଶିକ୍ଷକ ବିକ୍ରମ ପୁରୋହିତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ନୂତନ ଶିକ୍ଷକ, କର୍ମଚାରୀ, କମିଟି ସଦସ୍ୟ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ ତଥା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଛାତ୍ର ମାନସ କୁମାର ଭୋଇ ଓ ଛାତ୍ରୀ କ୍ଷୀର ରଣା ବେଷ୍ଟ ଚାମ୍ପିୟାନ ଷ୍ଟୁଡେଣ୍ଟ ରୂପେ ପୁରସ୍କୃତ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ବିଜ୍ଞାନ ଶିକ୍ଷକ ମନୋଜ କୁମାର ସ୍ୱାଇଁ,ସଂସ୍କୃତ ଶିକ୍ଷକ ଚନ୍ଦ୍ରଧ୍ୱଜ ଭୋଇ, ହିନ୍ଦୀ ଶିକ୍ଷୟିତ୍ରୀ ଦୀପ୍ତିମୟୀ ଲେଙ୍କା, ଖେଳ ଶିକ୍ଷକ ନୀତେଶ ତାଣ୍ଡି, ବିଜ୍ଞାନ ଶିକ୍ଷୟିତ୍ରୀ ରିଚେଲ ନାଗ, ବିଜ୍ଞାନ ଶିକ୍ଷକ ବିକାଶ ସତନାମି, ବିଜ୍ଞାନ ଶିକ୍ଷକ ସ୍ଵାଧୀନ ପଟ୍ଟନାୟକ, ବିଜ୍ଞାନ ଶିକ୍ଷକ ରାକେଶ କୁମାର ନାଗ, ଭୋକେସନାଲ ଶିକ୍ଷକ କଳାକାହ୍ନୁ ରଣା, ଶିଶିର କୁମାର ବୈଠାରୁ, କିରାଣୀ ପ୍ରଦୀପ କୁମାର ପୁଟେଲ୍, ପିଅନ ସୁରେଶ ମହାକୁର, ପିଅନ କୃପାସିନ୍ଧୁ ବାଗ, ପିଅନ ସୁନିଲ କୁମାର ବାରିକ, ମେଟ୍ରନ ଧୀରାମଣି ଦାସ ଓ ବାସନ୍ତୀ ଭୋଇ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷକ ଚନ୍ଦ୍ରଧ୍ଵଜ ଭୋଇ ଧନ୍ୟବାଦ ଦେଇଥିଲେ ।