ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ସଂଗଠନ ମୁକ୍ତି ଦୀର୍ଘ ଦିନ ହେଲା ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ବିଭିନ୍ନ ଉନ୍ନୟନମୂଳକ ଏବଂ ସମାଜସେବା କାମରେ ବ୍ରତୀ ହୋଇ ନିଜର ପରିଚୟ ସୃଷ୍ଟି କରିପାରିଛି । ଆଜି କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ହିମାଂଶୁ କୁମାର ନାୟକ, ଉପ-ସଭାପତି ସନ୍ତୋଷ ଗୌଡ, ସଂପାଦକ ବ୍ରଜ କିଶୋର ସେଠି, କୋଷାଧ୍ୟକ୍ଷ ସମୀର କୁମ୍ଭାର ରହିଥିବା ବେଳେ ମହିଳା ସଂଗଠନରେ ସଭାନେତ୍ରୀ ଆରତି ପ୍ରୀତି ନାଗ, ଉପ-ସଭାନେତ୍ରୀ ନାଇନା ବେଗମ, ସଂପାଦିକା ଅନ୍ନପୂର୍ଣ୍ଣା ବଢିଆ ରହିଥିବା ବେଳେ ସେହିପରି ଯୁବ ସଂଗଠନର ସଭାପତି ଭାବେ ନିତିଶ ପ୍ରଧାନ, ଉପ-ସଭାପତି ଦିନେଶ ସାହୁ, ସଂପାଦକ ଅମିୟ ବଗର୍ତ୍ତି ରହିଥିବା ବେଳେ ଛାତ୍ର ସଂଗଠନରେ ସଭାପତି ଚିନ୍ମୟ ବେହେରା, ଉପ-ସଭାପତି ସୋହନ ନାଏକ, ସଂପାଦକ ସୁଭ୍ର ସୌମେନ୍ଦ୍ର ସ୍ୱାଇଁ ରହିଛନ୍ତି ଏବଂ ମିଡିଆ ସେଲ ଲୋପନ ମିଶ୍ର ସର୍ବ ସମ୍ମତିକ୍ରମେ ମନୋନିତ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ, ଟଙ୍କଧର ଗଡତ୍ୟା, ସୁରୁଲାଲ ମଟାରି, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଜ୍ୟୋତି ନାଗ, ଶିରିଶ ହୋତା, ଲବ ବାଗ, କିଶୋର ଦଣ୍ଡସେନା, ସାନନ୍ଦ ମିଶ୍ର, ଅସୀତ ମିଶ୍ର, ସଂଜୟ ମିଶ୍ର, ସୁଦାମ ସିଂ, ସୀତାରାମ କୁମ୍ଭାର, ଦୀପନ ଯୋଷୀ, ମୀରା ମଣ୍ଡଳ, ସବିତା ଶତପଥି, ବବିତା ସାହୁ, କଳ୍ପନା ନାଏକ, ଟିକେଶ୍ୱର ନନ୍ଦ, ସୋ÷÷ମ୍ୟଦୀପ ସରାଫ, ଜ୍ୟୋତିଷ ମୁଗ୍ରୀ, ଟିଟୁ ମହାନ୍ତି, ଅନନ୍ତ ବେହେରା, ପବିତ୍ର ବେହେରା, ଅଙ୍କିତ ସାହୁ, ଅଜିତ ମହାନନ୍ଦ, ଶିବ ପ୍ରଧାନ, ଲଳିତ ପଟେଲ ପ୍ରମୁଖ ରହିଛନ୍ତି । ଆଗାମୀ ଦିନରେ ସମାଜସେବା କ୍ଷେତ୍ରରେ ମୁକ୍ତି ସଂଗଠନକୁ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବେ ଗଢି ତୋଳିବା ପାଇଁ ସଂଗଠନ ର ଉପଦେଷ୍ଟା ବୁଲୁ ଦାନୀ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ।