ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ସହିତ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

  • ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା । ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ମଧ୍ୟ ଦର୍ଶାଉଛି ।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଜିର ଅଭିଭାଷଣରେ ଏକ ବିକଶିତ ଭାରତ ନିର୍ମାଣ ଉପରେ ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ ହୋଇଛି, ଯାହା ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିର୍ମାଣ ପାଇଁ ଆମର ସହଭାଗୀ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହା ସଂସ୍କାର ଏକ୍ସପ୍ରେସକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ନବସୃଜନ ତଥା ସୁଶାସନ ଉପରେ ଗୁରୁତ୍ୱ ଦେବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି :
“ଆଜି ସଂସଦର ବଜେଟ୍ ଅଧିବେଶନ ରାଷ୍ଟ୍ରପତିଙ୍କ ଉଭୟ ସଦନକୁ ଦିଆଯାଇଥିବା ପ୍ରେରଣାଦାୟକ ଭାଷଣ ସହ ଆରମ୍ଭ ହୋଇଛି । ଆମ ସଂସଦୀୟ ପରମ୍ପରାରେ ଏହି ଭାଷଣର ବିଶେଷ ଗୁରୁତ୍ୱ ରହିଛି, କାରଣ ଏହା ଆଗାମୀ ଦିନଗୁଡ଼ିକରେ ଦେଶର ବିକାଶ ଯାତ୍ରାକୁ ନେତୃତ୍ୱ ଦେବାକୁ ଥିବା ନୀତିଗତ ଦିଗଦର୍ଶନ ଓ ସାମୂହିକ ସଙ୍କଳ୍ପକୁ ସ୍ପଷ୍ଟ କରେ ।
ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା। ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗ ମଧ୍ୟ ଦର୍ଶାଉଛି । ‘ବିକଶିତ ଭାରତ’ ଗଠନ ଉପରେ ଦିଆଯାଇଥିବା ଗୁରୁତ୍ୱ ଆମ ସମସ୍ତଙ୍କ ସହଭାଗୀ ଆକାଂକ୍ଷାକୁ ପ୍ରତିଫଳିତ କରି, ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଢ଼ିବାକୁ ସୁସ୍ପଷ୍ଟ ଭାବେ ପ୍ରତିବିମ୍ବିତ କରେ । ଏହି ଅଭିଭାଷଣରେ କୃଷକ, ଯୁବକ, ଗରିବ ଏବଂ ଅବହେଳିତଙ୍କ ପାଇଁ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ବିଭିନ୍ନ ବିଷୟବସ୍ତୁ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା । ଏହା ସଂସ୍କାର ଏକ୍ସପ୍ରେସ୍କୁ ଅଧିକ ତ୍ୱରାନ୍ୱିତ କରିବା ସହ ନବସୃଜନ ଓ ସୁଶାସନ ଉପରେ ଆମ ସାମୂହିକ ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରେ ।”

Leave A Reply

Your email address will not be published.