ମୁରିବାହାଲରେ ବ୍ଲକ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

  • ବ୍ଲକ କଂଗ୍ରେସ କମିଟି ଓ ବିକାଶ ମଞ୍ଚର ପୂର୍ଣ୍ଣ ସମର୍ଥନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ଓ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ମଞ୍ଚ ତଥା ବ୍ଲକ କୃଷକ ସଂଗଠନ ପକ୍ଷରୁ ବୁଧବାର ଆଠ ଘଣ୍ଟା ପାଇଁ ଦିଆଯାଇଥିବା ବନ୍ଦ ଡାକରା ମୁରିବାହାଲ ବ୍ଲକ ଅଞ୍ଚଳରେ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ବନ୍ଦ ପାଳନ ଯୋଗୁଁ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର, ବସ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ମୁରିବାହାଲ ବ୍ଲକ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ଜାତୀୟ କଂଗ୍ରେସ ଦଳ ତଥା ବ୍ଲକ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ ଦେଇଥିବା ବେଳେ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିବା ଦେଖିବାକୁ ମିଳିଥିଲା । ମୁରିବାହାଲ ବ୍ଲକ କୃଷକ ସଂଗଠନର ସଭାପତି ତଥା ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଓ କାର୍ଯ୍ୟକାରୀ ସଭାପତି ମଦନମୋହନ କୁମ୍ଭାରଙ୍କ ନେତୃତ୍ୱରେ ବହୁ ଚାଷୀ ଉପସ୍ଥିତ ଥିଲେ । ବନ୍ଦ ଡାକରାରେ ମୁରିବାହାଲ କଂଗ୍ରେସ କମିଟି ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ବିଭୀଷଣ ମହାନନ୍ଦ ଓ ଯଦୁପତି ଅଗସ୍ତି, ପୂର୍ଣ୍ଣ ମାଝୀ, ସବ୍ୟସାଚି ମିଶ୍ର, ସୁବାସ ବଏ, ବୁଲୁ କୁମ୍ଭାର, ବିଷ୍ଣୁ ସାହୁ, ନରେନ୍ଦ୍ର ବନଛୋର ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ମୁରିବାହାଲର ଅଗ୍ରଣୀ ସଂଗଠନ ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ଓ ହରିଦାସ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବନ୍ଦ ଡାକରାକୁ ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଥିଲେ।ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ଥାନା ପୁଲିସ ଉପସ୍ଥିତ ଥିଲା ।

Leave A Reply

Your email address will not be published.