ଜୟପାଟଣାରେ ଆଠ ଘଣ୍ଟିଆ ବନ୍ଦ ପାଳନ : ସମର୍ଥନ ଦେଲେ ଅନେକ ସଂଗଠନ

ଜୟପାଟଣା, (ଶେଷଦେବ ବେହେରା) : ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ଆୟୋଜିତ ଆଠ ଘଣ୍ଟିଆ ବନ୍ଦ ପାଳନକୁ ଜୟପାଟଣା ଓ ମୁଖୀଗୁଡା ଠାରେ ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି । ଜୟପାଟଣା ଓ ମୁଖୀଗୁଡା ସହରାଞ୍ଚଳରେ ବନ୍ଦ ପାଳନର ପ୍ରଭାବ ଦେଖାଯାଇ ଥିବା ବେଳେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଭାରିଯାନ ଚଳାଚଳ, ବ୍ୟାଙ୍କ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା । କୃଷି ଓ କୃଷକଙ୍କୁ ନେଇ, ଟୋକନ ବ୍ୟବସ୍ଥା ଓ ସବସିଡିକୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ଡାକରା ଦିଆଯାଇ ଥିବାବେଳେ ଜୟପାଟଣାରେ ସ୍ଥାନୀୟ କୃଷକ ସଂଗଠନ, କଂଗ୍ରେସ ଦଳ ଓ ବଣିକ ସଂଘ ସମର୍ଥନ ଜଣାଇ ଥିବା ସୂଚନା ମିଳିଛି । ବନ୍ଦ ଡାକରାର କଂଗ୍ରେସ ସଭାପତି ସୁଶିଲ ନାଏକ, ତରୁଣ ନାଏକ, ନେତ୍ରମଣି ନାଗ, ନୂତନ ଶବର, ନିତ୍ୟା ମାଝୀ, ପରମା ନାଏକ, ସନ୍ତୋଷ ଜୈନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.