csstore

ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ କନଫରେନ୍ସ୍ ହଲ୍ ଠାରେ ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ ରାମ ଦାସ ମାଝି ବାମସେଫ୍ ବଲାଙ୍ଗିର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି କଟକ ଠାରେ ହେବାକୁ ଥିବା ୪୨ତମ ରାଷ୍ଟ୍ରୀୟ ଅଧିବେଶନକୁ ପର୍ମିସନ୍ ଦେଲାପରେ ବାତିଲ କଲେ ସରକାର, ଆଗାମୀ ୨୨ ଫେବୃୟାରୀରେ ଆର୍‌ଏସ୍‌ଏସ୍ ଅଫିସ୍ ଘେରାଉ ହେବ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରାଗଲା । ଜିଲ୍ଲାରେ ପ୍ରତ୍ୟେକ ବ୍ଲକ ପଞ୍ଚାୟତ ସ୍ତରରେ ସାଂଗଠନିକ ସଭା କରାଯିବାକୁ ନିଷ୍ପତ୍ତି ନିଆଗଲା । ଡମ୍ବରୁଧର ମାଝି, ରାଜୁ କେଦାରେ, ମାଧବ ସୁନାନୀ, ଡମ୍ବରୁ ଧର ମାଝି, ପ୍ରଦେଶୀ ବିଶ୍ୱାଲ ବକ୍ତବ୍ୟ ରଖିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାଗ, ଅଜୟ ୱାସିନିକ, ସନ୍ତୋଷ ଛତ୍ରିଆ, ଲଲିତ ମହାନନ୍ଦ, ଜୟ ଚନ୍ଦ୍ର ନନ୍ଦ, ବିଘ୍ନେ ମେହେର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ରାଜେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.