ବଲାଙ୍ଗିର, (କେପିଏନ୍ଏସ୍) : ମହାବୀର ଯୁକ୍ତ ୨ କଲେଜ ରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ଵାରା ବହୁ ଧୁମ୍ଧାମ୍ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ବିଜୟ କୁମାର ହୋତା ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ଏଲୋରା ମିଶ୍ର ସଭା ସଂଯୋଜନା ସହ ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମାନ କିଶନ କୁମାର ସାହୁ ଓ କ୍ରିଶ୍ଲି ନାଗ ବହୁତ୍ ସୁନ୍ଦର ଭାବେ ଏହି ସାଧାରଣତନ୍ତ୍ର ଦିବସ ପାଳନର ଯଥାର୍ଥତା ପ୍ରତିପାଦନ ନିଜ ବକ୍ତବ୍ୟ ମାଧ୍ୟମରେ କରିଥିଲେ । ଅଧ୍ୟକ୍ଷ ନିଜ ବକ୍ତବ୍ୟ ମାଧ୍ୟମରେ ଆଗାମୀ ଦିନରେ କିଭଳି ଜାତୀୟ ଦିବସ ମାନଙ୍କୁ ଆହୁରି ଧୁମ୍ଧାମ୍ରେ ପାଳନ କରାଯାଇପାରିବ ଓ ଏଥି ପ୍ରତି ଥିବା ସମସ୍ତ ଭାରତୀୟ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କ ସମ୍ବନ୍ଧରେ ନିଜ ବକ୍ତୃତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପରିଶେଷରେ ମିଷ୍ଠାନ ବଣ୍ଟନ ସହ ଔପଚାରିକ ସଭା ଶେଷ ହୋଇଥିଲା ଓ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା ।
Next Post