ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୭୭ତମ ଗଣତନ୍ତ୍ର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ୍ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବା ପାଇଁ ଉଦବୋଧନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଗୋପାଳ ସଂଦେଓ କୋଷାଧ୍ୟକ୍ଷ ଆଲୋକ ବେଦବାକ୍, ସଭ୍ୟ ବାଦଲ୍ ମହାକୁର୍, ଶିରିଶ ଚନ୍ଦ୍ର ହୋତା ଯୋଗଦେଇଥିଲେ । ପରେ ପରେ ଛାତ୍ର ଛାତ୍ରୀ ମାନେ ଚିତାକର୍ଷକ ପେରେଡ କରିଥିଲେ । ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଦୀପକ ବରାଲ ଓ ଉପାଧ୍ୟକ୍ଷା ଶ୍ରୀମତୀ ମମିତା ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ ସମସ୍ତ କର୍ମଚାରୀଙ୍କ ସହିତ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.