- ୪ଟି ନୂତନ ପ୍ରକଳ୍ପ ଉଦଘାଟିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନବ ନିର୍ମିତ ସ୍ଵାଗତ ତୋରଣ, ଅମୃତଧାରା, ବିଶ୍ରାମ ଗୃହ ଓ ଅଶୋକସ୍ତମ୍ଭର ଶୁଭ ଉଦଘାଟନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦାନ କରି ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲଳିତା ଦେବୀ ଜୈନ, ସରପଞ୍ଚ ଲୁଚନା ବଗର୍ତ୍ତୀ, ପିଇଓ ଗଙ୍ଗାଧର ଛତର, ନାଏବ ସରପଞ୍ଚ ପରମାନନ୍ଦ ପୁଟେଲ ଓ ସମାଜସେବୀ ଲମ୍ବୋଦର ବଗର୍ତ୍ତୀ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । ସାଧାରଣତନ୍ତ୍ର ଦିବସ ପାଳନ ଓ ଶୁଭ ଉଦଘାଟନ ଉତ୍ସବରେ ପଂଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ନରେନ୍ଦ୍ର ମହାରଣା, ରାମଚନ୍ଦ୍ର ଭୋଇ, ତିଲୋତ୍ତମା ମାଝୀ, ଧନଦେଇ ମାଝୀ, ଶ୍ରୀପତି ବଗର୍ତ୍ତୀ, ମିତ୍ର ଦୀପ, ମିଟୁ ଲୁହା, ଦୁଳାମଣି ବାଗ, ମିନିକେତ ପ୍ରଧାନୀ, ରାଷ୍ଟ୍ର ବଗର୍ତ୍ତୀ, ଧୋବା ମହାକୁର, ମୋହନ ହାତୀ, ଉତ୍ତମ ବଗର୍ତ୍ତୀ, ବେଣୁଧର ନାଗ, ମାଧବ ହାତୀ, ପିଣ୍ଟୁ ଦୀପ, ଥବିର ବଗର୍ତ୍ତୀ, ବରୁଣ ଲୁହା, ଇଷ୍ଟ ପୂଝାରୀ, ଚନ୍ଦ୍ରମଣି ବଗର୍ତ୍ତୀଙ୍କ ସହିତ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ ।