କୋଭିଡ ଟୀକା ନେଲେ ଜିଲ୍ଲାପାଳ ଏବଂ ଏସପି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଗ ଧାଡିର କର୍ମଚାରୀଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଟୀକା ଦିଆଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଟୀକାକରଣ କରାଯାଇଥିଲା । ପରେ ଅନ୍ୟ ଅଧିକାରୀଙ୍କ ସହିତ କର୍ମଚାରୀ ମାନଙ୍କୁ ଟୀକାକରଣ କରାଯାଇଥିଲା। ସେହିପରି ଜିଲ୍ଲାରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଟୀକାକରଣ କରାଯାଇଥିଲା । ରିଜର୍ଭ ପୋଲିସରେ ଅନୁଷ୍ଠିତ ଟୀକାକରଣରେ ଜିଲ୍ଲା ଏସପି ପଦ୍ମିନୀ ସାହୁ‌ଙ୍କୁ ଟୀକା ଦିଆଯାଇଥିଲା ।

ପରେ ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ଟୀକାକରଣ କରାଯାଇଥିଲା । ଟୀକାକରଣ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚୂଲାବତୀ ସାହୁ ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଟୀକାକରଣ ୨ ଟି ପର୍ଯ୍ୟାୟରେ ହେବ । ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ୨ ପର୍ଯ୍ୟାୟରେ ୧୧ ରୁ ୧୩ ପର୍ୟ୍ୟନ୍ତ ହେବ । ଏଥିରେ ଜିଲ୍ଲାର ୪୨୧୩ ଜଣଙ୍କୁ ଟୀକାକରଣ କରିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.