ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଭୋର ସକାଳୁ ଟାଉନ ଥାନା ସମ୍ମୁଖରେ ଏକ ବାର ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଓଡି୦୩ଏସି ୮୮୭୭ ଟ୍ରକରେ ଧାନ ବୋଝେଇ ହୋଇଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଆଡକୁୁ ଧସେଇ ପଶି ପେଟ୍ରୋଲ ପମ୍ପ ବାଟକୁ ଧକ୍କା ମାରିଥିଲା । ତେବେ ଏହି ଟ୍ରକଟି ସ୍ଥାନୀୟ ଏକ ରାଇସ ମିଲରୁ ଧାନ ନେଇ ତୁଷୁରା ଯାଉଥିବା ଜଣାପଡିଛି । ପୋଲିସ ଘଟଣା ଉପରେ ଅଧିକ ତଦନ୍ତ କରୁଥିବା କହିଛି ।