କଲଚରାଲ ଏକାଡ଼େମୀ, ରାଉରକେଲା ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ”ର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡ଼େମୀର ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ”ର ଉଦ୍‌ଯାପନୀ ସନ୍ଧ୍ୟାର ରଙ୍ଗକର୍ମୀ, ରାଉରକେଲା ନାଟ୍ୟ ସଂସ୍ଥା ପ୍ରଦର୍ଶନୀମୂଳକ ନାଟକ– ‘ମାସୁଲ’କୁ ଉଦ୍‌ଘାଟନ କରିଥିଲେ ବିଚାରକ ଦ୍ୱୟ ଅବଦୁଲ ଜମାଲ ଖାଁ ଓ ଶିବଲାଲ୍ ସାଗର । ଏହାପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମଞ୍ଚକୁ ଅତିଥିମାନଙ୍କୁ ଆହ୍ୱାନ କରିବା ସହିତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଚାରୁକଳା ବିଦ୍ୟାଳୟର ସମ୍ପାଦକ ଅକ୍ଷୟ କୁମାର ସାମଲ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ବ୍ୟାଚ୍ ପ୍ରଦାନ କରିଥିଲେ ବବିତା ମହାପାତ୍ର । ଏହାପରେ ସଭାପତି ପଶୁପତିନାଥ ଚାଟ୍ଟାର୍ଜୀ ସ୍ଵାଗତ ଭାଷଣ ଦେବା ସହିତ ବରେଣ୍ୟ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ଛଅଦିନ ଧରି ନାଟକଗୁଡ଼ିକୁ ମୂଲ୍ୟାଙ୍କନ କରିଥିବା ବିଚାରକଦ୍ୱୟ ଶ୍ରୀ ଖାଁ ଏବଂ ଶ୍ରୀ ସାଗରଙ୍କୁ ଅତିଥିମାନେ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲର ପ୍ରଭାରୀ ନିର୍ଦ୍ଦେଶକ ଡା. ଜୟନ୍ତ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଲୋକନାଟକ ମହୋତ୍ସବ ଆୟୋଜନ ନିମନ୍ତେ କଲଚରାଲ ଏକାଡ଼େମୀର ଉଦ୍ୟମ ପ୍ରଶଂସନୀୟ । ‘ଲୋକନାଟକ ମହୋତ୍ସବ ସାରା ଓଡ଼ିଶାରେ ଦୃଷ୍ଟାନ୍ତ ତିଆରି କରିପାରିଛି । ସେ ସ୍ମୃତିଚାରଣ କହିଥିଲେ ଯେ, ନିଜକୁ ସେ ଗର୍ବ ଅନୁଭବ କରୁଛନ୍ତି ଏକଦା କଲଚରାଲ ଏକାଡ଼େମୀ ଦ୍ୱାରା ପରିଚାଳିତ ‘ସ୍କୁଲ ଫାଇନ୍ ଆର୍ଟସ୍’ର ଛାତ୍ର ଥିଲେ । ଏହାପରେ ଲୋକନାଟକ ବିଶେଷାଙ୍କ ‘ନବପତ୍ର’ ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା ହୋଇଥିଲା । ସାଧାରଣ ସମ୍ପାଦକ କାଶୀନାଥ ପାତ୍ର ଲୋକନାଟକର ବିବରଣୀ ପାଠ କରିଥିଲେ । ଏହାପରେ ୩୮ତମ ଲୋକନାଟକର ମହୋତ୍ସବର ପୁରସ୍କାର ଘୋଷଣା କରିଥିଲେ ଡ. ଶ୍ରୀକାନ୍ତ ମହାନ୍ତି ଏବଂ ସହଯୋଗ କରିଥିଲେ ଗୋକୁଳାନନ୍ଦ ଦାଶ । କଲଚରାଲ ଏକାଡ଼େମୀର ସଦସ୍ୟସଦସ୍ୟା ଡ. ପ୍ରଭାତ ମଲ୍ଲିକ, ଡା. କୃପାସିନ୍ଧୁ ନାୟକ, ସୁଜିତ ନାୟକ, ଅକ୍ଷୟ ପଣ୍ଡା, ବଳରାମ ରାଉଳ, କିଶୋର ଚନ୍ଦ୍ର ବେହେରା, ନୃସିଂହ ରାଉତ, ସୁକାନ୍ତ ମହାପାତ୍ର, ପ୍ରତାପ କୁମାର ପଣ୍ଡା, ଡ. ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ପୂର୍ବତନ ସଭାପତି ବିଚିତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରଥମ କୁମାରୀ ଶିବାଙ୍ଗୀ ଦାସ, ଦ୍ଵିତୀୟ ଶ୍ରୀକାନ୍ତ ରାଉଳ,ତୃତୀୟ ସନ୍ଧ୍ୟାରାଣୀ ରାଉତ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ପ୍ରଥମ କୁମାରୀ ତପସ୍ୱିନୀ ସେଠି, ଦ୍ଵିତୀୟ ପୁଷ୍ପଲତା ବିଶୋଇ,
ତୃତୀୟ ସରିତା ଶର୍ମା, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପ୍ରଥମ ସନ୍ତୋଷ କୁମାର ପାତ୍ର, ଦ୍ଵିତୀୟ ପଞ୍ଚାନନ ପାତ୍ର, ତୃତୀୟ- ଚିନ୍ମୟ ତ୍ରିପାଠୀ, ଶ୍ରେଷ୍ଠ ମଞ୍ଚଶିଳ୍ପୀ ଭାବେ ପ୍ରଥମ ଭୀଷ୍ମ ନାରାୟଣ ସ୍ୱାଇଁ, ଦ୍ଵିତୀୟ ଜନ୍ମେଜୟ ମହାନ୍ତି, ତୃତୀୟ ଭବେଶ ପ୍ରଧାନ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରଥମ ଶକ୍ତି ପ୍ରସାଦ ମିଶ୍ର, ଦ୍ଵିତୀୟ ଶ୍ରୀକାନ୍ତ ଗୁରୁ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସ୍ୱର୍ଣ୍ଣପ୍ରଭା ପାଢ଼ୀ, ଦ୍ଵିତୀୟ ପ୍ରଜ୍ଞା ପରମିତା ପାଣିଗ୍ରାହୀ, ତୃତୀୟ ନିବେଦିତା ରାଉତରାୟ, ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ- ମୃତ୍ୟୁଞ୍ଜୟ ବରାଳ, ଦ୍ଵିତୀୟ- ନରେନ ଦାସ, ତୃତୀୟ- ବିକ୍ରମ କେଶରୀ ଜେନା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରଥମ ବିକ୍ରମ କେଶରୀ ଜେନା, ଏକ ନୂଆ ସକାଳର ଅପେକ୍ଷାରେ, ନୂଆ ପରିଚୟ, ଭୁବନେଶ୍ଵର ଦ୍ଵିତୀୟ- ବିଜୟ କୁମାର ଭୋଳ, ହୁଲ, ପରିଚୟ, ରାଉରକେଲା, ତୃତୀୟ- ବିଲୋଚନ ପାତ୍ର, କମ୍ପାନୀ ସରକାର, ଉତ୍କଳୀ ସାଂସ୍କୃତିକ ଶିଳ୍ପୀ, ରାଉରକେଲାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ନାଟ୍ୟକାର ପ୍ରଥମ- ବିଧୁଭୂଷଣ ପଣ୍ଡା, ଏକ ନୂଆ ସକାଳର ଅପେକ୍ଷାରେ, ନୂଆ ପରିଚୟ, ଭୁବନେଶ୍ୱର ଦ୍ୱିତୀୟ- ସୋମନାଥ ବେହେରା, ହୁଲ, ପରିଚୟ, ରାଉରକେଲା ତୃତୀୟ- ନିର୍ମଳ ଚନ୍ଦ୍ର ପତି, ରଣ କୁହୁଡି, କଳାବିକାଶ କେନ୍ଦ୍ର, ମଙ୍ଗଳପୁର, ଶ୍ରେଷ୍ଠ ପ୍ରଯୋଜନାରେ ପ୍ରଥମ- ଏକ ନୂଆ ସକାଳର ଅପେକ୍ଷାରେ, ନୂଆ ପରିଚୟ, ଭୁବନେଶ୍ଵର, ଦ୍ୱିତୀୟ- ହୁଲ, ପରିଚୟ, ରାଉରକେଲା ଓ ଅନ୍ୟ ନାଟ୍ୟକାର ପବିତ୍ର ପ୍ରଧାନ, ଆର୍ତ୍ତତ୍ରାଣ ମହାପାତ୍ର, ବିଲୋଚନ ପାତ୍ର, ମନୋଜ ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.