କୁର୍ଲୁବାହାଲ ମଧୁସୂଦନ ହୃଷୀକେଶ ମେହେର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ଵର୍ଗତ ମଧୁସୂଦନ ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମରେ ଥିବା ମଧୁସୂଦନ ହୃଷୀକେଶ ମେହେର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ମଧୁସୂଦନ ମେହେରଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସ୍ଵର୍ଗତ ମଧୁସୂଦନ ମେହେରଙ୍କ ସୁପୁତ୍ର ହୃଷୀକେଶ ମେହେର, ତାଙ୍କର ପୁତ୍ରବଧୂ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବେଦମତି ମେହେର, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଧାୟକଙ୍କ ବଡ଼ଭାଇ ପୁରନ୍ଦର ବାଗ, ଚନାବାହାଲ ପଞ୍ଚାୟତ ସରପଞ୍ଚ କୁନ୍ତି ମେହେର, ସମିତି ସଭ୍ୟା ପୁଷ୍ପାଞ୍ଜଳି ଧରୁଆ, ବିଦ୍ୟାଳୟ ପ୍ରଧାନଶିକ୍ଷକ ରଘୁନାଥ ଗିରି ଏବଂ ବିଦ୍ୟାଳୟର ସମସ୍ତ ପରିଚାଳନା କମିଟି ସଦସ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀବୃନ୍ଦ ଏବଂ ଅଭିଭାବକ ଅଭିଭାବିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ସଭାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱରେ ଅନ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ଉପସ୍ଥିତ ଥିଲେ । ଶିକ୍ଷକ ବିନୋଦ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ଅନାର୍ଯ୍ୟ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.