jsm

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା : ଯୋଗଦେଲେ କେ.ଭି. ସିଂଦେଓ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ର ଚତୁର୍ଥ ଦିବସର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଶ୍ରୀ ସିଂଦେଓଙ୍କୁ କଳାକାର ଏବଂ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସିଂଦେଓ ଯୋଗଦେଇ କଳାକାରମାନେ କଳା ମାଧ୍ୟମରେ ହୁନର ଦେଖାଇବା ଏକ ମାଧ୍ୟମ ହେଉଛି ଜିଲ୍ଲା ମହୋତ୍ସବ । ସହରର ସ୍ୱର୍ଣ୍ଣିମ ତ୍ରିଭୁଜ ମେଗା ତଥା ଐତିହାସିକ ପ୍ରକଳ୍ପ ଖୁବ୍ ଶୀଘ୍ର ଭିତ୍ତପ୍ରସ୍ତର ସ୍ଥାପନ ହେବା ସହ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନର ଦୃତ ବିକାଶ ଓ ଚାଷୀମାନଙ୍କ ଧାନ କିଣାବିକା ସମସ୍ୟାର ସମାଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର କରିବେ ବୋଲି ଜିଲ୍ଲାବାସୀ ତଥା ରାଜ୍ୟର ଚାଷୀକୁଳଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ପୂର୍ବତନ ନ୍ୟାୟଧିଶ ଉଚ୍ଚ ନ୍ୟାୟାଳୟ କଟକ ଯୋଗ ଦେଇ ଆମର ସଂସ୍କୃତି, ଆମ ଭାଷା, ଆମ ସଂସ୍କାରକୁ ନେଇ ଆଗକୁ ବଢିବାର ଅଛି । ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ପୁନଃ ପ୍ରତିଷ୍ଠା ଉତ୍ସବକୁ ଭବ୍ୟ କରିବା ଓ ପୂର୍ବ ଗୌରବକୁ ଫେରାଇ ଆଣିବା ବିଷୟ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ରଖୁଛୁ । ଏହି ମନ୍ଦିର ତଥା ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ବଡ ଅନୁଦାନ ଜିଲ୍ଲାବାସୀ ଆଶା କରୁଛନ୍ତି । ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ ସମଗ୍ର ଜିଲ୍ଲାର ବିକାଶ ପାଇଁ ମୁଁ ସର୍ବଦା ଉଦ୍ୟମ ଜାରି ରଖିଥିବା କହିଥିଲେ । ଭୀମଭୋଇ କଳା ପରିଷଦର କଳାକାରଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ ମଞ୍ଚରେ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓରମାସର ଉତ୍ପାଦ କେଟଲକ୍ ଓ ଆମକୁ ସୁନ୍ଦର ଆମ ସୋନପୁର ଭିଡିଓ ଲୋକାର୍ପଣ କରାଯାଇଥିଲା । ସଭା ସଂଯୋଜନା ପ୍ରଦ୍ୟୁମ୍ନ ସାହୁ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘର ମା’ ମେଟାକାନୀ ଘୁଡ଼କା ନୃତ୍ୟ, ସୋନପୁର ବ୍ଲକ କଳା ସଂସ୍କୃତି ସଂଘ, ସ୍ଵର୍ଣ୍ଣ ଶିଖା ସୋନପୁର, ପଶ୍ଚିମବଙ୍ଗ ବଙ୍ଗୀୟ ସନାତନୀ ସଂସ୍କୃତି ପରିଷଦ, ସାନବଡ ଘୁଡକା କୃଷ୍ଣ ପ୍ରିୟା କଳା ପରିଷଦ, କଳାହାଣ୍ଡି ନୃତ୍ୟ ପ୍ରଭା, ବୌଦ୍ଧ ପ୍ରଣାମ ନୃତ୍ୟ ଅନୁଷ୍ଠାନ, ପଦମପୁର ସଙ୍ଗୀତ ସମିତି, ବିନିକା ମା’ ମାହେଶ୍ୱରୀ ସାଂସ୍କୃତିକ ସଂସଦ, ହରିୟଣାର ଫାଗ ଝୁମର, କୋରାପୁଟ କୋଟପାଡ଼ କଳା ପରିଷଦ କେନ୍ଦ୍ର ଓ ଆଦର୍ଶ ଆଦିବାସୀ ନୃତ୍ୟ କଳା ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ପରିବେଷିତ ଗୀତନାଚକୁ ଉପଭୋଗ କଲେ ଅଗଣିତ ଦର୍ଶକ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲୀଶ୍ରୀ ମେଳା ଓ ଫୁଡ୍ କୋର୍ଟରେ ୩୦ ହଜାରରୁ ଅଧିକ ଜନ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

yuvodaya
Leave A Reply

Your email address will not be published.