jsm

ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଛତାମଖନା ନିକଟସ୍ଥ ଲାଦେରବାହାଲ ଫାର୍ମ ହାଉସ ପରିସରରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ରତନ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ୬୫ ଜଣ ସଭ୍ୟ ଅଂଶଗ୍ରହଣ କରିଥିଲେ । ଜଷ୍ଟିସ ସଂଜୟ କୁମାର ମିଶ୍ର, ରାଜ କିଶୋର ଦାଶ, ବ୍ରଜବନ୍ଧୁ ସାଏ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବାର୍ଷିକ ବିବରଣୀ, ଆୟ ଓ ବ୍ୟୟ ହିସାବ ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଦାୟିତ୍ୱ ଗ୍ରହଣ କରିଥିଲେ । ସଭାପତି ମୋହନ ଗୋପାଳ ପଣ୍ଡା, ଉପ-ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂପାଦକ ଡା. ସୁକାନ୍ତ ପୁରୋହିତ, ସହ-ସଂପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, କାର୍ଯ୍ୟକାରୀ କମିଟି ସଭ୍ୟ ରତନ କୁମାର ମହାରଣା, ବିରେନ୍ଦ୍ର କୁମାର ମିଶ୍ର, ଜଷ୍ଟିସ ସଂଜୟ କୁମାର ମିଶ୍ର, ଜୟପ୍ରକାଶ ପଣ୍ଡା, ସଲିମ ଖାନ, ରାଜ କିଶୋର ଦାଶ, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସତ୍ୟନାରାୟଣ ପଣ୍ଡା, ଡା. ସିଦ୍ଧେଶ୍ଵର ମିଶ୍ର, ପ୍ରଦୀପ କୁମାର ସାଏ ଓ ଭଗବାନ ବଗର୍ତ୍ତି ମନୋନିତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ । ଚଳିତ ବର୍ଷ ସ୍ୱର୍ଣ୍ଣ ଜୟନ୍ତି ପାଳନ ବର୍ଷସାରା କରାଯିବା ପାଇଁ ନିଷ୍ପତ୍ତି ହେଲା । ପରିଶେଷରେ ନୂତନ ସଭାପତି ମୋହନ ଗୋପାଳ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.