ଅଙ୍ଗରଗାଁରେ ସ୍ୱର୍ଗତ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ସ୍ୱର୍ଗତ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ସ୍ୱାଧୀନତା ସଂଗ୍ରାମୀ, ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ଦୁଇ ଦୁଇ ଥର ବିଧାୟକ ତଥା ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତ ନାରାୟଣ ସାହୁଙ୍କ ମଧ୍ୟଲୋକରୁ ବିଦାୟର ନିର୍ଦ୍ଧାରୀତ ତାରିଖ ୨୦୧୪ ମସିହା ଜାନୁୟାରୀ ୯ ତାରିଖ ଥିଲା । ସେହି ତାରିଖରେ ତାଙ୍କ ନିଜ ହାତଗଡ଼ା ଶିଷାନୁଷ୍ଠାନ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ଏହି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ବିଶିଷ୍ଟ ବାଗ୍ମୀ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡକ୍ଟର ବିଷ୍ଣୁଚରଣ ଚୌଧୁରୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ସମାରୋହର ରାଜ୍ୟ ସ୍ମୃତି ସମିତିର ଅଧ୍ୟକ୍ଷ ତଥା ଗ୍ରୀନ୍ ନୋବେଲ୍‌ ପୁରସ୍କାର ବିଜେତା, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଖ୍ୟାତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ପୌରହିତ୍ୟ କରିଥିଲେ । ଏହି ସ୍ମୁତି ସଭାରେ ମୁଖ୍ୟଅତିଥି ଭାବେ ଲୋହିୟା ଏକାଡ଼େମୀର ସଂପାଦକ ଦେବପ୍ରସାଦ ରାୟ ଯୋଗ ଦେଇଥିଲେ । ଲୋକସେବକ ମଣ୍ଡଳର ଜାତୀୟ ସଂପାଦକ ରାଜେନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି ଭାବେ ସମାରୋହରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ ଏବଂ ନବୀନ ପ୍ରକାଶନ ସଂସ୍ଥାର ସମ୍ପାଦକ ତଥା ସ୍ମୃତି ସମାରୋହ କାର୍ଯ୍ୟକାରୀ ସଭାପତି ରବି ରଥ ଯୋଗଦେଇ ତାଙ୍କରି ଜୀବନୀ, ଆଦର୍ଶ ଚରିତ୍ର, ତ୍ୟାଗ, ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅଙ୍ଗାରଗାଁ ସରପଞ୍ଚ ନୀଳେନ୍ଦ୍ରି ସେଠୀ, ସମିତିସଭ୍ୟ ଅଶୋକ କୁମାର ସେଠୀ, ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ, ନାରାୟଣ ସାହୁଙ୍କ ସୁପୁତ୍ର ସୁବାସ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସାହିତ୍ୟିକ, ସମାଜସେବୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କରି ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହକୁ ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ପରିଚାଳନା କରିଥିବା ବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପ୍ର ଚରଣ ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସୁରେନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ସାହୁ, ଭ୍ରମରବର ଭୂୟାଁ, ରଙ୍କନିଧି ସେଠୀଙ୍କ ସହ ଏହି ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ପଣ୍ଡା ବେଦ ପାଠ କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଏବଂ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବେଗୁନିଆପଡ଼ା ବ୍ଲକ୍ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତୀତ୍ୱ ଅର୍ଜନ କରିଥିବା ଛାତ୍ରୀ/ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ପୂଣ୍ୟ ଶ୍ଳୋକ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ରଚିତ “ସ୍ୱାଭିମାନର ବାର୍ତ୍ତାବହ” ସ୍ଵତନ୍ତ୍ର ପୁସ୍ତକ ଉନ୍ମୋଚନ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ମଧ୍ୟ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

Leave A Reply

Your email address will not be published.