jsm

୨୪ କୁଣ୍ଡୀୟ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା

csstore

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ରାଷ୍ଟ୍ରୀୟ  ଶୌର୍ଯ୍ୟ ସମୃଦ୍ଧି ୨୪ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ମହିଳା କଳସ ବୋହିଥିଲା ବେଳେ ୧୦୦୦୦ରୁ ଅଧିକ ଜନସାଧାରଣ ଯୋଗ ଦେବା ସହ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଟୋଳି ନାୟକ ଋଷି ପୁତ୍ର ସଂଦିପ ପାଣ୍ତିଆ ଜୀ ଓ ବନୱାରି ଲାଲ ଜୀ ଓ ଅନ୍ୟାନ୍ୟ ଋଷି ପୁତ୍ରଗଣ, ସିନାପାଲି ଶକ୍ତିପୀଠ କର୍ମକର୍ତ୍ତା, ଖରିଆର ଶକ୍ତି ପୀଠ, ରାଣୀମୁଣ୍ତା ଶକ୍ତିପୀଠ, ହାତୀବନ୍ଧା ପ୍ରଜ୍ଞାପୀଠ, ନୂଆପଡା ଜିଲ୍ଲା ଗାୟତ୍ରୀ ପରିବାର, ତଥା ଗଣ୍ତାବାହାଲି ଗ୍ରାମବାସୀ ଉପସ୍ଥିତ ରହିଥିଲେ । କଳସ ଯାତ୍ରା ସହ ବିଭିନ୍ନ ସାଂସ୍କୃତିକ ଦଳ ଘୁମୁରା, ଘୋଡ଼ା ନାଚ, ଘଣ୍ଟବାଦ୍ୟ, ରାମକାଠି ମହିଳା ଦଳ ନିଜର କଳା ସଂସ୍କୃତିର ପ୍ରଦର୍ଶନ କରିଥିଲେ । ଜୟ ଘୋଷ ନାରାରେ ଗ୍ରାମ ପ୍ରକମ୍ପିତ ହେବା ସହ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ସଂଧ୍ୟା ସମୟରେ ବରିଷ୍ଠ ପ୍ରବଚକ ମାନଙ୍କ ଦ୍ୱାରା ସୁନ୍ଦର ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

yuvodaya
Leave A Reply

Your email address will not be published.