୧୩ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂସ୍ଥା ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ୧୩ତମ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଶିଶୁମାନଙ୍କ ମଧ୍ୟରେ ଥିବା ଲୁଚିଥିବା ପ୍ରତିଭାକୁ ଆଗକୁ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ସାଗର ମହାନ୍ତି, ବିଲ୍ୱ ସରକାର, କୁଞ୍ଜ ବିହାରୀ ରାଉତ, ସସ୍ମିତା ପ୍ରଧାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ଚିତ୍ରାଙ୍କନ, ରଙ୍ଗ ଭରଣ, ହସ୍ତାକ୍ଷର, କୌତୁକ ପୋଷାକ, ରାଇମ୍ସ, ଗୀତ, ବାଦ୍ୟଯନ୍ତ୍ର ବାଦନ, ନୃତ୍ୟ ଓ ମଡେଲିଂ ଭଳି ବିଭିନ୍ନ ପ୍ରତିଯୋଗିତା ଚାରିଟି ବୟସ ଶ୍ରେଣୀରେ ଆୟୋଜିତ ହୋଇଥିଲା । ୫୦ରୁ ଅଧିକ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତା ଗୁଡ଼ିକର ବିଚାରକ ଭାବେ ପୁଷ୍ପା ମିଶ୍ର, ନିତିନ ଦୀପ, ଭାସ୍କର ପୁହାଣ, ଅଜୟ ପାଣି, ଡ. କଲ୍ୟାଣୀ ମିଶ୍ର, ଗ୍ରେସି ଡେଭିଡ୍, ଶ୍ୱେତା ରାଉତ, ମାନସୀ ଘୋଷ, ଫକିର ପତି, ନୀଳିମା ମହାପାତ୍ର, ଉଷାରାଣୀ ମହାପାତ୍ର, ବବିତା ମହାରଣା ଓ ସବିତା ପରିଡ଼ା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମଟି ସଂସ୍ଥାର ଅଧ୍ୟକ୍ଷା ରଶ୍ମିତା ପଣ୍ଡା, ଅନ୍ୱେଷା ପଣ୍ଡା, ରଞ୍ଜନ ସାହୁ, ସୁବାଶିଷ ରାୟ, ଧନଲକ୍ଷ୍ମୀ ବେହେରାଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯାଇଥିଲା ।

Leave A Reply

Your email address will not be published.