ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଭାରତୀ ନୀଡ, ଆଦର୍ଶ ପଡା, ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା ସରୋଜିନୀରେ ସିଡେନ୍ସୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସଭାପତି ଡ. ଲକ୍ଷ୍ମଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ । ଏଥିରେ ଉଦ୍ଘାଟକ ଭାବେ ବଲାଙ୍ଗିରର ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ରାଜ୍ୟ ମହିଳା ସଭାନେତ୍ରୀ ଡା. ଶ୍ୱେତା ମିଶ୍ର ଓ ରାଜ୍ୟ ସଦସ୍ୟ ରଘୁନନ୍ଦନ ସିଂ ମଞ୍ଚାସୀନ ଥିଲେ । ପ୍ରତିଷ୍ଠାତା ସଂପାଦକ ଡ. ନବ କିଶୋର ବେହେରା ସଭା ସଞ୍ଚାଳନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ଯୋଗଦେଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ପ୍ରବକ୍ତା ବାଗ୍ମୀ ରାଜମଣି ସାହୁ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ନବକିଶୋର ବେହେରା ବିବରଣୀ ପ୍ରଦାନ କରିଥିଲେ । ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ଏହି ଅବସରରେ ଯୋଗେଶ୍ୱର ସାହୁଙ୍କ “ଆଶ୍ରା” ଉପନ୍ୟାସ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଓଡିଶା ପ୍ରଶାସନିକ ସେବା ରତ୍ନ ପୁରସ୍କାର ଓ ଝସକେତନ ଗୁରୁଙ୍କୁ ବୈଦ୍ୟରାଜ ଉପାଧି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଶଲ ରତ୍ନ ସୁଶୀଳ କୁମାର ଗୁରୁ, ସେବା ସାରଥୀ ପିଙ୍କୁ ଅଗ୍ରୱାଲ, ମୁଚୁକୁନ୍ଦ ମିଶ୍ର, ଶୁଭ୍ରାଂଶୁ ଶେଖର ପଣ୍ଡା, ପ୍ରତିଭା ବାଦୀ, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଲୋକନାଥ ଦଳବେହେରା, ଡ.ଗୋପିକୃଷ୍ଣ ପାଣ୍ଡିଆ, ନିରୁପମା ମିଶ୍ର, ଧିରୋଜ ପାତ୍ର, ଡା.ସୁମନ୍ତ କୁମାର ପାଢୀ, ଡ. କୁଞ୍ଜଲତା ପ୍ରଧାନ, ତୃପ୍ତିମୟୀ ତ୍ରିପାଠୀ, ଅନିମା ଶତପଥୀ ଓ ଆଶୁତୋଷ ଠାକୁରଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।