ଭାଗୀରଥି ନେପାକଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଖକମାନଙ୍କର ଲେଖନୀ ଏକ ଦୃଢ ମାଧ୍ୟମ ଅଟେ । ସେହି ମାଧ୍ୟମରେ ସତ୍ୟ, ଅହିଂସା ପ୍ରତିଷ୍ଠା କରାଯାଇ ସମାଜକୁ ଦିଗ୍‌ ଦର୍ଶନ ଦିଆଯାଇପାରିବ ବୋଲି ଭାଗରଥି ନେପାକଙ୍କ କୋଡିଏ ତମ ଶ୍ରାଦ୍ଧ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ପୂଜ୍ୟ ପୂଜା ସେବା ସଂଗଠନ ଦ୍ୱାରା ଆୟୋଜିତ ସଭାରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ମୁଖ୍ୟ ଅତିଥି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଭାଗିରଥି ନେପାକଙ୍କ ପାଣ୍ଡୁଲିପି ଗୁଡିକୁ ପ୍ରକାଶିତ କରି ପାରିଲେ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାର ସୁରେନ୍ଦ୍ର ନେପାକ ଭାଗରଥି ନେପାକଙ୍କ ପାଣ୍ଡୁଲିପି ଉପରେ ଆଲୋପକାତ କରି ତାଙ୍କ ପ୍ରତି ଆହୁରି ଗବେଷଣାର ଆବଶ୍ୟକତା ଅଛି ବୋଲି କହିଥିଲେ । ଏହି ସମାରୋହରେ ଡ. ଗୋବର୍ଦ୍ଧନ ନାୟକଙ୍କୁ ସରସ୍ୱତୀ ପୁତ୍ର ଭାଗିରଥି ନେପାକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଆଦର୍ଶ ଶିକ୍ଷକ ପ୍ରାଣବନ୍ଧୁ ନାୟକ ଓ ତାଙ୍କ ଧର୍ମପତ୍ନୀଙ୍କ ଆରୋଗ୍ୟ କାମନା କରାଯାଇଥିବା ବେଳେ ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ସଭ୍ୟ ସୁଧିର କୁମାର ମିଶ୍ରଙ୍କ ପରଲୋକରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭା ଆରମ୍ଭରେ ଡ. ପ୍ରେମଚାନ୍ଦ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ ଓ ମଧୁ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର, ଅବନାଶ ନେପାକ, ଶୁଭମ କୁମାର ସାହୁ, ଜିତେନ୍ଦ୍ର ସୁନା, ମାଳତୀ ଉଦ୍‌ଗାତା, ବିଶ୍ୱନାଥ ମିଶ୍ର, କସ୍ତୁରୀ ରଥ, ଅନୁପ୍ରିୟା ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଚନ୍ଦ୍ରମା ହୋତା, ରତ୍ନମୟ ତ୍ରିିପାଠୀ ଓ ମଦନ ମୋହନ ରଥ । ଶେଷରେ ଡା. ଅଶୋକ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.