ନୃସିଂହନାଥରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଳାକାର ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ୨୪ ଡିସେମ୍ବରରୁ ଆରମ୍ଭ ହୋଇ ୩ ଜାନୁୟାରୀ ଯାଏ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ମୁକ୍ତ ଖୋଲାରଙ୍ଗ ମଞ୍ଚ ଧନୁଯାତ୍ରା ମହୋତ୍ସବରେ ଭଗବାନ କୃଷ୍ଣ, ବଳରାମ ଦେବକୀ ବାସୁଦେବଙ୍କୁ ମହାରାଜ କଂସ ଓ ତାଙ୍କ ପାତ୍ର, ମନ୍ତ୍ରୀ, ସୈନ୍ୟ ସେନା, ପାରିଷଦ ଗଣ, ଅନେକ ଅତ୍ୟାଚାର କରି କଟୁ କଥା କହିଥିଲେ, ଏପରିକି ଭଗବାନ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ଗୋପପୁରରୁ ମଥୁରାକୁ ଡକାଇ ଥିଲେ । ମହାରାଜ କଂସଙ୍କ ମୃତ୍ୟୁ ପରେ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପୁରୀ ମହୋଦଧିକୁ ବୁଡ଼ ପକଇବାକୁ ଯାଇଥିବା ବେଳେ ଅନ୍ୟ ପାତ୍ର, ମନ୍ତ୍ରୀ, ପରିଷଦ ଗଣ ତାଙ୍କର ପାପ ମୋଚନ ପାଇଁ ରବିବାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସି ପାପନାଶିନୀ ଝରଣାରେ ଥିବା ଗୋକୁଣ୍ଡ ଘାଟରେ ବୁଡ଼ ପକାଇ ପାପ ଖଣ୍ଡନ ପାଇଁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି । ସେମାନେ ହେଲେ ବିଶ୍ଵ ପ୍ରସିଦ୍ଧ ଧନଯାତ୍ରା ମହାମନ୍ତ୍ରୀ ସକ୍ରାଜୀତ୍ -ଗୋଲାପ ଚନ୍ଦ୍ର ଦାସ, ମହାମନ୍ତ୍ରୀ – ଅନାଦୃଷ୍ଟ ନନ୍ଦିଘୋଷ ମହାପାତ୍ର, କନିଷ୍ଠ ଭ୍ରାତା -ସୁନାସ ବୃନ୍ଦାବନ ପ୍ରଧାନ,ସଖା କେଶିଦତ୍ୟ- ମୁନେଶ ଚାନ୍ଦ ଆଚାର୍ଯ୍ୟ, ମୁଖ୍ୟ ସେନାପତି ହଂସଧ୍ଵଜ ହେମନ୍ତ ପାଧାନ, ମୁଖ୍ୟ ସେନାଧ୍ୟକ୍ଷ ସିଂହଧ୍ଵଜ – ଜୈମିନି ସାହୁ, ସେନାପତି କାଳଘଣ୍ଟ ହୃଷୀକେଶ ମେହେର, ପ୍ରଦ୍ୟୋତ ମିତ୍ରଭାନୁ ସାହୁ, କାଳକଣ୍ଟକ ଦେବକାନ୍ତ ବନଛୋର, କଦମ୍ବାସୁର ଚିନ୍ତାମଣି କୁମ୍ଭାର, ମହାମଲ୍ଲ ଚାଣୁର ହିମାଂଶୁ ସାହୁ, ଶଙ୍ଖଚୁଡ଼ ଭଗବାନ ପାଣ୍ଡେ, ସକଟାସୁର ସରୋଜ ବିଶ୍ଵାଳ, ଅଘାସୁର ସରୋଜ କୁମାର ଭୋଇ, ରାଜଦୂତ ସରୋଜ କୁମାର ପାତ୍ର ଓ ପ୍ରକାଶ ପାତ୍ର, ବସୁଦେବ – ମନୋଜ କୁମାର ସାହୁ ପ୍ରମୁଖ କଳାକାର ମାନଙ୍କୁ ମନ୍ଦିର କର୍ମଚାରୀମାନେ ସ୍ୱାଗତ କରି ଥିଲେ ଓ ସେମାନେ ବୁଡ଼ ପକାଇବା ପରେ ଭଗବାନ ନୃସିଂହ ନାଥଙ୍କୁ ଦର୍ଶନ କରାଇ ଥିଲେ ଏବଂ ଭଗବାନଙ୍କ ଅନ୍ନ ପ୍ରସାଦ ଖାଇବାକୁ ଦେଇଥିଲେ ।

Leave A Reply

Your email address will not be published.