ରାମଚଣ୍ଡୀ ସେବାଦଳ ଗୃପର ରକ୍ତଦାତା ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ପୂଜାକମିଟି ପକ୍ଷରୁ ସକ୍ରୀୟ ସଦସ୍ୟ ବରୁଣ ଚୌଧୁରୀଙ୍କ ନେତୃତ୍ଵରେ ସକ୍ରୀୟ ଟିମ୍ ସର୍ବଶ୍ରୀ ଶଙ୍କର ନାୟକ, ଦଣ୍ଡପାଣି ମହାରଣା, ପ୍ରସନ୍ନ କୁମାର ନାୟକ, ବିଦୂର ନାୟକ, ଜ୍ୟୋତି ରାମ୍ ନାୟକ, ନିରଞ୍ଜନ ନାୟକ ପ୍ରମୁଖ ରକ୍ତଦାନ ଶିବିରରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ହେତୁ ପ୍ରଶଂସାର ସହ ସମ୍ମାନୀତ ହୋଇଛନ୍ତି । ଏହି ମହତ୍ ପୂର୍ଣ୍ଣ କାର୍ଯ୍ୟ କରିଥିବା ନେଇ ରାମଚଣ୍ଡୀ ମନ୍ଦିରର ପୂଜାକମିଟିଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିୟନ୍ ଆନୁକୂଲ୍ୟରେ ନୂଆବର୍ଷ ଦିନ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ସକ୍ରୀୟ ସହଯୋଗ କରିଥିବା ହେତୁ ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ଅଜିତ୍ କୁମାର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିୟନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ବିଶେଷ କରି ରାମଚଣ୍ଡୀ ମନ୍ଦିରର ପୂଜାକମିଟିର ମୁଖ୍ୟ ପୁରୋଧା କମଲ କୁମାର୍ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.