୫୫ଲକ୍ଷ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ : ପୂର୍ବତନ ଫରେଷ୍ଟର ଜୟ ଜୁଆଡ଼ ଗିରଫ

csstore

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ରେଞ୍ଜ ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ ସରକାରୀ ଅର୍ଥର ଆତ୍ମସାତ ଅଭିଯାଗରେ ଗିରଫ ହୋଇଛନ୍ତି । କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ଧୂଆମୂଳ ରାମପୁର ରେଞ୍ଜରେ କାମ୍ପା ଏବଂ ସିଏ/ସିପିଏ ଯୋଜନା ପାଣ୍ଠିର ୫୫,୦୪, ୬୦୭ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇଛି । ଦକ୍ଷିଣ ବନଖଣ୍ଡ ଥୁଆମୂଳ ରେଞ୍ଜର ପୋଖରିଗୁଡ଼ା ନଣ୍ଡା ପାହାଡ଼ରେ ୫୦ ହେକ୍ଟର, ଉପରଝାପିରେ ୫୦ ହେକ୍ଟର ଏବଂ କୁମଜାରରେ ୩୦ ହେକ୍ଟର ଜମିରେ ବୃକ୍ଷରୋପଣ ସ୍ଥଳରେ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ସରକାରୀ ପାଣ୍ଠିର ଫରେଷ୍ଟର ଜୁଆଡ଼ ଅପବ୍ୟବହାର କରିଛନ୍ତି । ବର୍ତ୍ତମାନ ସେ ବିଶ୍ୱନାଥପୁର ରେଞ୍ଜ ମୂଷାନାଲ ସେକ୍ସନ ଏଲିଫେଣ୍ଟ ସ୍କ୍ୱାର୍ଡ ଦାୟିତ୍ଵରେ ଅଛନ୍ତି । ଶୁକ୍ରବାର ତାଙ୍କୁ ସେକ୍ସନ ଅଫିସରୁ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା । ଏନେଇ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚୁରା କରି ଅଧୀକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.