ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରାହିତ୍ୟରେ ଏବଂ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ଶ୍ରଦ୍ଧା ଠାରେ ନବବର୍ଷ ଉପଲକ୍ଷେ ଅନୁଷ୍ଠାନର ପରିଚାଳନା କମିଟି ପୁରାତନ ଓ ବର୍ତ୍ତମାନର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମିଳିତ ସୌହାର୍ଦ୍ଧପୂର୍ଣ୍ଣ ବନ୍ଧୁମିଳନ ଉତ୍ସବ ଅନୁଷ୍ଠାନର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଚାର୍ଟାଜୀ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ବ୍ୟକ୍ତବ୍ୟରେ ଦର୍ଶାଇ ଥିଲେ ଯେ, ୨୦୨୫ ମସିହା ଆମ୍ଭେମାନେ ଯେମିତି କିଛି ଭଲ ମନ୍ଦରେ କଟାଇଲେ ୨୦୨୬ ମସିହା କିନ୍ତୁ ଆମ୍ଭମାନଙ୍କ ପାଇଁ ଏକ ଘଡିସନ୍ଧିର ମୂହୁର୍ତ୍ତ ରହିବ । ଆମ୍ଭ ରାଜ୍ୟ ତଥା ଦେଶ ପାଇଁ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ହେବ । ସେଥିପାଇଁ ଆମକୁ ସକରାତ୍ମକ ଭାବନା ନେଇ କାର୍ଯ୍ୟ କରିବାକୁ ହେବ । ପରାମର୍ଶ କମିଟିର ଅନ୍ୟତମ ସଦସ୍ୟ ରବୀନ୍ଦ୍ର କୁମାର ପାଣ୍ଡବ ତାଙ୍କ ବକ୍ତବ୍ୟରେ ଦର୍ଶାଇ ଥିଲେ ଯେ, ପ୍ରଥମେ ପିତାମାତା ଏବଂ ଗୁରୁଙ୍କୁ ସେବା ଦେଇ ଏବଂ ଇଶ୍ଵରଙ୍କୁ ସ୍ମରଣ କରି ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କଲେ ଆମେ ପ୍ରତିଟି କାର୍ଯ୍ୟକୁ ସଫଳ କରାଇ ପାରିବା । ନିଷ୍ଠାପର ଓ ସତ୍ କାର୍ଯ୍ୟ କେବେ ହେଲେ ନିଷ୍ପଳ ହୁଏ ନାହିଁ । ସେ ଗୀତା ଏବଂ ଅବଦୁଲ କାଲାମଙ୍କ କାହାଣୀ ମାଧ୍ୟମରେ ଅନେକ ହିତବାଣୀ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ଶ୍ରୀ ପାଣ୍ଡବ ନିକଟରେ ସମାପ୍ତ ହୋଇଥିବା ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବସ୍ତିଆ ଭବନ ଠାରେ ରଜତ ଜୟନ୍ତୀ ସମାରୋହର କିଛି ଅଂଶ ଅର୍ଥାତ୍ ଯେଉଁ ମାନଙ୍କୁ ନେଇ ଶ୍ରଦ୍ଧା ଗଠିତ ହୋଇଥିଲା ଏବଂ ଏହି ଉତ୍ସବରେ କୌଣସି କାରଣରୁ ଅନୁପସ୍ଥିତ ଥିଲେ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇ ସେମାନଙ୍କର ଅବଦାନ ଅତୁଳନୀୟ ଓ ଅଭିନନ୍ଦନୀୟ ବୋଲି ଜଣାଇବା ସହ ସେମାନଙ୍କୁ ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରତିଷ୍ଠାତା ଉପସଭାପତି ଡ଼ାକ୍ତର ଜ୍ଞାନରଞ୍ଜନ ଗିରି, ପ୍ରତିଷ୍ଠାତା ସଭ୍ୟ ଅନଓ୍ଵାର ହୁସେନ, ମେହମୁଦ ଅହମ୍ମଦ, ହଜାରୀଲାଲ ଶାହା ଏବଂ ପୁରାତନ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ମୋନାଲିସା ମହାରଣା, ରଶ୍ମିତା ନାୟକ ଏବଂ ପ୍ରଭାତି ପ୍ରଧାନ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ଡାକ୍ତର ଗିରି ଏବଂ ସନ୍ତୋଷ କୁମାର ସାହୁ ଏହି ଅବସରରେ ଶ୍ରଦ୍ଧାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଶ୍ରଦ୍ଧା ଆହୁରି ଅନେକ କାମ କରି ସୁନାମ ଅର୍ଜନ କରୁ ବୋଲି ଶୁଭ ମନାସି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଡା. ପ୍ରଭାକର ନାୟକ, କୋଷାଧ୍ୟକ୍ଷ ସର୍ବେଶ୍ଵର ମାନସିଂହ ଏବଂ କବିତା ଦାସ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଶ୍ରଦ୍ଧାର ଆଗାମୀ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ । ସୁଜାତା ରାଉତ, ସୁକୁମାର ପାଣ୍ଡବ, ଧୀରେନ୍ଦ୍ର ଓଝା, ଗଗନ ମହାନ୍ତି, ସନ୍ତୋଷୀ, ଦିପ୍ତି, ଅର୍ଚ୍ଚନା ମିଞ୍ଜ, ଅର୍ପିତା ପଣ୍ଡା, ଇତିଶ୍ରୀ ଦାସ ଏବଂ ଚନ୍ଦ୍ରିକା ପାଣ୍ଡବ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରିନୁଲତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।